25.1 C
Bhubaneswar
Monday, December 8, 2025
Homeଓଡିଶାବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଲରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛିସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ପଞ୍ଚାୟତ କୁଶଗଡ଼ିଆ ରାସ୍ତା କଡ଼ ବିଲରୁ ଏକ ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତକ କୁଆ ବଗମରା ଗାଁର ଚାଷୀ ସନ୍ତୋଷ ମଲିକ (୬୨) ବୋଲି ପୋଲିସ ସୂଚନା ଦେଇଛି l ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ଉଦୟ କୁମାର ମଲ୍ଲିକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗ ମୁତାବକ, ସନ୍ତୋଷ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଘରୁ ଯାଇଥିଲେ l ସକାଳ ୬ ଟାରେ ଉକ୍ତ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିବା ଖବର ଆସିଥିଲା l ଘଟଣାସ୍ଥଳରେ ଲୋକ ଜମା ହୋଇଥିବା ବେଳେ ପୋଲିସ ପହଞ୍ଚିଥିଲା l ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ହେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି l ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking