କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚାଞ୍ଚେର ପଞ୍ଚାୟତର ପିରୁଙ୍ଗଗୁଡ଼ା ଗ୍ରାମରୁ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହାତୀ ଆକ୍ରମଣରେ ଏଠାକାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀଙ୍କ ନାମ ଲୟା ମାଝୀ (୫୧) ବୋଲି ଜଣାପଡ଼ିଛି। ନିଜ ବାଡ଼ିରେ ଲୟା କାମ କରୁଥିବାବେଳେ ହଠାତ୍ ପଛପଟୁ ଏକ ବଣୁଆ ହାତୀ ଆସି ତାଙ୍କୁ ଦଳି ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ, ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










