ଦେବଗଡ: ଚାଷ ଜମିରେ ଚାଷୀଙ୍କୁ ଦଳିଦେଲା ହାତୀ । କୁଣ୍ଢେତଗୋଳା ବନାଞ୍ଚଳ ପଳସମା ସେକ୍ସନ ଉଟୁଣିଆ ଗାଁରେ ଏହି ଅଘଟଣ ଘଟିଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଧାନ କାଟିବା ପାଇଁ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ନିକଟସ୍ଥ ମୃତ ଘୋଷଣା କରିଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










