ଭୁବନେଶ୍ୱର: ଛୁଟି ଦିନରେ ବି ହେବ ଚାଷୀ ପଞ୍ଜୀକରଣ । ଟାର୍ଗେଟ ପୂରଣ ହୋଇନଥିବାରୁ ଚିନ୍ତା ପ୍ରକଟ କରିଛି ସମବାୟ ବିଭାଗ । ଯାହାପରେ ରବିବାର ଏବଂ ଛୁଟିଦିନରେ ଅଫିସ ଖୋଲା କରିବାକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ସକାଳ ୮ଟାରୁ ରାତି ୮ଟା ଯାଏଁ ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ସରିବ ଖରିଫ ଚାଷୀ ପଞ୍ଜିକରଣ । ତା ପୂର୍ୱରୁ ଟାର୍ଗେଟ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଭାଗ । ଏବେ ବି ବହୁ ଜିଲ୍ଲାରେ ୫୦ ପ୍ରତିଶତ ଟାର୍ଗେଟ ପୂରଣ ହୋଇନି । ଏଯାଏଁ ୧୧ ଲକ୍ଷ ୩୦ ହଜାର ୧୨୮ ଚାଷୀ ପଞ୍ଜିକୃତ କରିଛନ୍ତି । ଗତବର୍ଷ ୧୭ ଲକ୍ଷ ୭୨ ହଜାର ୩୪୭ ଜଣ ଚାଷୀ ପଞ୍ଜିକରଣ କରିଥିଲେ ।










