ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମର ଚାଷୀ ରସାନନ୍ଦ ସାହୁଙ୍କର ବଜ୍ରାପାତରେ ମୃତ୍ୟୁ ଘଟିଛି । ଗୁରୁବାର ଅପରାହ୍ଣରେ ରସାନନ୍ଦ ତାଙ୍କ ଚାଷଜମିକୁ ଲଟା ବାଛିବାକୁ ଯାଇଥିଲେ । ହଠାତ ଘଡଘଡି ବର୍ଷା ହେବାରୁ ଘରକୁ ଫେରି ଆସୁଥିବା ବେଳେ ବଜ୍ରପାତରେ ଗୁରୁତର ହୋଇପଡିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ କରାଯାଇପାରିନାହିଁ । ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ମୃତକଙ୍କ ସ୍ତ୍ରୀ ଏବଂ ଜଣେ ପୁଅ, ଝିଅ ଅଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।










