34.1 C
Bhubaneswar
Wednesday, March 4, 2026
Homeଓଡିଶାକୃଷକ ପରିବାରର ଆୟ ଜାତୀୟ ସ୍ତରରେ ଅଧିକ

କୃଷକ ପରିବାରର ଆୟ ଜାତୀୟ ସ୍ତରରେ ଅଧିକ

ଭୁବନେଶ୍ୱର: କୃଷକ ପରିବାରର ମାସିକ ହାରାହାରି ଆୟ ଜାତୀୟ ସ୍ତରରେ ଛଅ ବର୍ଷ ମଧ୍ୟରେ ୩୭୯୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଓଡିଶାରେ ଏହା ବଢିଛି ମାତ୍ର ୧୩୬ ଟଙ୍କା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ତଥ୍ୟରୁ ଏହା ଜଣାଯାଇଛି । କୃଷିମନ୍ତ୍ରୀ ଉଳ୍ଲେଖ କରିଛନ୍ତି ଯେ ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ, କୃଷକ ପରିବାରର ମାସିକ ହାରାହାରି ଆୟ ଆକଳନ କରିଥାଏ ।

୨୦୧୩ ମସହାରେ ହୋଇଥିବା ୭୦ତମ ନମୂନା ସର୍ବେକ୍ଷଣରେ ସର୍ବଭାରତୀୟ ସ୍ତରର ଗୋଟିଏ କୃଷକ ପରିବାରର ମାସିକ ଆୟ ୬୪୨୬ ଟଙ୍କା ଥିବାବେଳେ ୨୦୧୯ ମସିହାରେ ହୋଇଥିବା ୭୭ତମ ସର୍ବେକ୍ଷଣରେ ଜାତୀୟ ସ୍ତରରେ କୃଷକ ପରିବାରର ମାସିକ ଆୟ ହାରାହାରି ଭାବେ ୧୦,୨୧୮ ଟଙ୍କାରେ ପହଞ୍ଚି ଥିବାବେଳେ ଓଡିଶାରେ ଏହା ୫୧୧୨ ଟଙ୍କାକୁ ବୃଦ୍ଧି ପାଇଥିଲା । ରାଜ୍ୟରେ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ଯୋଜନାରେ ହେଉଥିବା ବିଭିନ୍ନ ଯୋଜନା ସଂକ୍ରାନ୍ତରେ କୃଷି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏଥି ମଧ୍ୟରେ ସିଏମ୍‍ କିଷାନ ଯୋଜନା ଠାରୁ ଆରମ୍ଭ କରି କଟନ ମିଶନ, ବିହନ ପାଇଁ କର୍ପସ ପାଣ୍ଠି ଯୋଜନା, ସାର ପାଇଁ କର୍ପସା ପାଣ୍ଠି, ସମନ୍ୱିତ ଚାଷକୁ ପ୍ରୋତ୍ସାହନ, ଆଖୁ ଚାଷର ପ୍ରୋତ୍ସାହନ ପାଇଁ ଟେକ୍ନଲୋଜି ମିଶନ, କୃଷି ଉତ୍ପାଦକ ସଂଗଠନଗୁଡିକୁ ସହାୟତା, ଆଳୁ, ପନିପରିବା ଓ ମସଲା ଚାଷକୁ ପ୍ରୋତ୍ସାହନ, ଉଦ୍ୟାନ କୃଷି ମିଶନ, କୃଷି ଫାର୍ମର ବିକାଶ ଆଦି ଅର୍ନ୍ତଭୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking