21.1 C
Bhubaneswar
Thursday, February 12, 2026
Homeଓଡିଶାଫାଣ୍ଡିରେ ବିଷ ପିଇଲେ ଚାଷୀ

ଫାଣ୍ଡିରେ ବିଷ ପିଇଲେ ଚାଷୀ

କଟକ: ନ୍ୟାୟ ପାଇଁ ପୁଲିସ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଜଣେ ଚାଷୀ ଫାଣ୍ଡିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପାଗା ଫାଣ୍ଡିରେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ପାଗା ପାଣ୍ଡି ଅନ୍ତର୍ଗତ ଗୋପିନାଥପୁର ଚାହାପଡ଼ା ଗ୍ରାମର ଚକ୍ରଧର ପାତ୍ର ବିଲରେ ଧାନ ଅମଳ କରି ନିଜ ଖଳାରେ ୧୨ଟି ବସ୍ତାରେ ଧାନ ବାନ୍ଧି ରଖିଥିଲେ। ତେବେ ଖଳା ବାଡିରୁ ଗତ ୧୨ ତାରିଖରେ ୧୨ ବସ୍ତା ଧାନ ଚୋରି ଯାଇଥିବା ନେଇ ସେ ଫାଣ୍ଡିରେ ଅଭିଯୋଗ କରିଥିଲେ। ବାରମ୍ବାର ଚକ୍ରଧର ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପାଗା ଫାଣ୍ଡି ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ଶେଷରେ ନିରାଶ ହୋଇ ମଙ୍ଗଳବାର ରାତିରେ ଫାଣ୍ଡିରେ ଚକ୍ରଧର କୀଟନାଶକ ପାନ କରିଥିଲେ। ପୁଲିସ ଚକ୍ରଧରଙ୍କୁ ଗୁରୁତର ଅବସ୍ଥାରେ ଜଗତପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ପୂର୍ବରୁ ତାଙ୍କୁ ୨ ଜଣ ବ୍ୟକ୍ତି ଧମକ ଚମକ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ମଧ୍ୟ ପୁଲିସ ଏ ଦିଗ ପ୍ରତି ଦୃଷ୍ଟି ଦେଇନଥିôବାରୁ ଚକ୍ରଧର ଶେଷରେ ବିଷପାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking