19.1 C
Bhubaneswar
Sunday, December 14, 2025
Homeଓଡିଶାବିଦ୍ୟୁତ ଆଘାତରେ ଚାଷୀ ମୃତ

ବିଦ୍ୟୁତ ଆଘାତରେ ଚାଷୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ଚାଷୀ ମୃତ । ମୃତକ ଚାଷୀଙ୍କୁ ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ବାରିଲୋ ଗ୍ରାମର ବିଜୟ କୁମାର ଜେନା (୫୪) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ବିଜୟ ଆଜି ସକାଳେ ବିଲରେ ପାଣି ମଡ଼ାଇବା ବେଳେ କୌଣସି କାରଣରୁ ଲିପ୍ଟ ପଏଣ୍ଟରେ କରେଣ୍ଟ ଚାର୍ଜ ହୋଇଯାଇଥିଲା । ବିଜୟଙ୍କ ଶରୀର କରେଣ୍ଟ ସଂସ୍ପର୍ଶରେ ଆସିଥିଲା ଏବଂ ଫସଲ କିଆରୀରେ ହିଁ ଟଳି ପଡ଼ିଥିଲେ ସେ । ସ୍ଥାନୀୟ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯିବା ବେଳେ ବିଜୟଙ୍କୁ ପଡ଼ିଥିବା ଅବସ୍ଥାରେ ଦେଖିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking