କେନ୍ଦୁଝର: କେନ୍ଦୁଧଝର ଜିଲ୍ଲା ହାଟଡିହି ଢେଙ୍କା ଛକ ନିକଟରେ ଟ୍ରାକ୍ଟରରୁ ଖସିପଡି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଗୟଳମୁଣ୍ଡା ଭାଲୁଘର ଗ୍ରାମର ରମଜାନ ମହାନ୍ତ । ରମଜାନ ଗତକାଲି ଅପରାହ୍ଣରେ ଏକ ଟ୍ରାକ୍ଟର ସାହାଯ୍ୟରେ ଧାନ ଧରି ହାଟଡିହି ଅଞ୍ଚଳରେ ଥିବା ଏକ ଧାନ ମିଲରକୁ ଆସୁଥିଲେ । ଟ୍ରାକ୍ଟରରେ ଚାଳକ ସମେତ ଚାରି ଜଣ ବ୍ୟକ୍ତି ବସିଥିବା ବେଳେ ସୋସୋ ଥାନା ଢେଙ୍କା ଛକ ନିକଟରେ ରମଜାନ ହଠାତ ଟ୍ରାକ୍ଟରରୁ ଖସି ପଡିଥିଲେ । ତଳ ପଡିଯିବା ପରେ ଟ୍ରାକ୍ଟରଟି ରମଜାନଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲ୍ସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଯାଇଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟପଟେ ପୁଲିସ ଟ୍ରାକ୍ଟରଟିକୁ ଜବତ କରିଛି ।










