ସୁନ୍ଦରଗଡ: ଲଗାଣ ବର୍ଷାରେ ଭୁଶୁଡିଲା ଘର । କାନ୍ଥ ଭୁଶୁଡି ଚାଷୀଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲା ଟିକାୟତ ଥାନା ସରସରା ଗାଁରେ ଅଘଟଣ ଘଟିଛି । ଘରେ ଶୋରଇଥିବା ବେଳେ ମାଟି କାନ୍ଥ ଭୁଶୁଡି ଚାଷୀଙ୍କ ଉପରେ ପଡିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ ଡିଲ୍ଲାର ଅଧିକାଂଶ ସ୍ଥାନରେ କ୍ଷୟକ୍ଷତି ହୋଇଛି । ଜିଲ୍ଲପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି , ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ ଅଛନ୍ତି । ଝାରସୁଗୁଡା, ସୁନ୍ଦରଗଡ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ପଠାଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।










