32.1 C
Bhubaneswar
Saturday, March 28, 2026
Homeଓଡିଶାଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଭାପୁର ଫାଣ୍ଡି ଫସିଗାଁରେ ଭୋରୁ ଫାର୍ମ ମାଲିକ ଗୋବିନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ମୁତାବକ, କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦ ଚନ୍ଦ୍ର ନାଏକ ଫାସିଗାଁ ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ଶୋଇଥିବା ବେଳେ ଫାର୍ମ ହାଉସକୁ କେହି ଦୁର୍ବୃତ୍ତ ଆସି ଟର୍ଚ୍ଚ ମାରିଥିଲେ। ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଏହାପରେ ଗୋବିନ୍ଦଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏନେଇ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking