19.1 C
Bhubaneswar
Tuesday, February 10, 2026
Homeଅପରାଧଥାଇଲାଣ୍ଡ ମହିଳାଙ୍କୁ ଗୁଳିମାଡ

ଥାଇଲାଣ୍ଡ ମହିଳାଙ୍କୁ ଗୁଳିମାଡ

ରାଜସ୍ଥାନ: ରାଜସ୍ଥାନର ପର୍ଯ୍ୟଟନ ସହର ଉଦୟପୁରରେ ବିଦେଶୀ ଅତିଥିଙ୍କୁ ଗୁଳି। ଗୁଳିମାଡରେ ଆହତ ହୋଇଛନ୍ତି ଥାଇଲାଣ୍ଡର ଜଣେ ମହିଳା ପର୍ଯ୍ୟଟକ। ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଓ ପରେ ଏମବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ ଘଟଣାର ତଦନ୍ତ କରୁଛି ପୋଲିସ। ମହିଳା ଜଣକ ବିପଦମୁକ୍ତ ଥିବା ସୂଚନା ମିଳିଛି। ଉଦୟପୁର ପୋଲିସ ଏସପି ଯୋଗେଶ ଗୋୟଲ କହିଛନ୍ତି, ଥାଇଲାଣ୍ଡର ଏହି ମହିଳା ପର୍ଯ୍ୟଟକଙ୍କୁ ଦୁର୍ବୃତ୍ତ ଗୁଳିମାଡ କରିଥିଲେ। ବିଭିନ୍ନ ଦିଗକୁ ଆଧାର କରି ପୋଲିସ ତଦନ୍ତ କରୁଛି। ଗତ ଅକ୍ଟୋବରରେ ଜୈସଲମିରରେ ଫ୍ରାନ୍ସର ଜଣେ ମହିଳାଙ୍କ ମୃତଦେହ ଏକ ହୋଟେଲରୁ ଜବତ ହୋଇଥିଲା। ସେପଟେ ଉତ୍ତରପୂର୍ବ ଦିଲ୍ଲୀର ନ୍ୟୁ କର୍ଦ୍ଦମପୁରୀ ଇଲାକାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଦୁଗ୍ଧ ବ୍ଯବସାୟୀଙ୍କ ମୃତ୍ଯୁ ଘଟିଛି। ପୋଲିସ ଘଟଣର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking