20.1 C
Bhubaneswar
Tuesday, February 10, 2026
Homeଓଡିଶାସୂଚନା ଓ ଲୋକସଂପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ସୂଚନା ଓ ଲୋକସଂପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗର ଫିଲ୍ମ ଲାଇବ୍ରେରିଆନ୍‌ ଶ୍ରୀ ସତ୍ୟନାରାୟଣ ମିଶ୍ର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଶ୍ୟାମସୁନ୍ଦର ସେଠୀଙ୍କୁ ଆଜି ବିଭାଗର କର୍ମଚାରୀ କଲ୍ୟାଣ ସମିତି ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଲୋକସଂପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଉଭୟ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁବର୍ତ୍ତିତା ନିମନ୍ତେ ପ୍ରଶଂସା କରିବା ସହ ସେମାନଙ୍କର ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ କୁମାର ଭୋଇ ଅବସର ନେଉଥିବା ଶ୍ରୀ ମିଶ୍ର ଏବଂ ଶ୍ରୀ ସେଠୀଙ୍କ କର୍ତ୍ତବ୍ୟ ପରାୟଣତା ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ ।

ଫିଲ୍ମ ଲାଇବ୍ରେରିଆନ୍‌ ଶ୍ରୀ ସତ୍ୟନାରାୟଣ ମିଶ୍ର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଶ୍ୟାମସୁନ୍ଦର ସେଠୀ ସେମାନଙ୍କର ଚାକିରି ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଚାକିରି କାଳ ମଧ୍ୟରେ ପାଇଥିବା ବିଭିନ୍ନ ସାହାଯ୍ୟ ସହଯୋଗ ନିମନ୍ତେ ବିଭାଗର ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସହକର୍ମୀମାନେ ଅବସର ନେଉଥିବା ଶ୍ରୀ ମିଶ୍ର ଏବଂ ଶ୍ରୀ ସେଠୀଙ୍କ ସୁସ୍ଥ ଓ ନିରାମୟ ଅବସରକାଳୀନ ଜୀବନ କାମନା କରିଥିଲେ । ଅବସରକାଳୀନ ଜୀବନ ନିମନ୍ତେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଅମାୟିକ ବ୍ୟବହାର, ସହଯୋଗୀ ମନୋଭାବ ଓ ବନ୍ଧୁତାପୂର୍ଣ୍ଣ ବ୍ୟବହାର ନିମନ୍ତେ ପ୍ରଶଂସା କରିଥିଲେ । ଶେଷରେ ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ଉଭୟ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ମିଶ୍ର ଏବଂ ଶ୍ରୀ ସେଠୀଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି ବିଦାୟକାଳୀନ ସଭାରେ ଉପସ୍ଥିତ ଥିଲେ । ସୂଚନା ଅଧିକାରୀ ଶ୍ରୀ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking