38.9 C
Bhubaneswar
Saturday, April 12, 2025
Homeଓଡିଶାତୃତୀୟ ବର୍ଷର କ୍ୟାଡେଟମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତୃତୀୟ ବର୍ଷର କ୍ୟାଡେଟମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଯାଜପୁର: ଯାଜପୁର ଜିଲ୍ଲା ର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏନ୍ ସି ସି ବିଭାଗ ତରଫରୁ ତୃତୀୟ ବର୍ଷର କ୍ୟାଡେଟ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାକୁ ମୁଖ୍ୟ ଅତିଥି ମହାବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବରେ ଥିବା ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ବିଭାଗୀୟ ମୁଖ୍ଯ ଡଃ ଅକ୍ଷୟ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ୧ ଓଡିଶା ବାଟାଲିୟନର ଅଫିସର ଏନ୍ ସି ସି ବିଭାଗ ର ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ୧ ଓଡିଶା ବାଳିକା ବାଟାଲିୟନ ର ସିଟିଓ ଶୁଶ୍ରୀ ଲିପ୍ସା ପ୍ରିୟଦର୍ଶିନୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ୭ ଓଡିଶା ବାଟାଲିୟନର ସିଟିଓ ଶଶିକାନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କ୍ୟାଡେଟ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଓ ସ୍ବାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଅଧ୍ୟକ୍ଷ ଡଃ ମହାନ୍ତି କ୍ୟାଡେଟ ମାନେ ଭବିଷ୍ୟତ ରେ ଅଧିକ ସଂଖ୍ୟାରେ ୟୁନିଫର୍ମ ସେବା ରେ ଯୋଗଦେଇ ଦେଶ ମାତୃକାର ସେବା କରିବାପାଇଁ ପ୍ରେରଣା ଦେଇଥିଲେ। ଶେଷରେ ପ୍ରଥମ ବର୍ଷର କ୍ୟାଡେଟ ଓ ଦ୍ବିତୀୟ ବର୍ଷର କ୍ୟାଡେଟ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।।ଉକ୍ତ କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ସଂଖ୍ୟକ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking