27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶକୋହଲିଙ୍କ ବ୍ୟାଟିଂ ଦେଖିବାକୁ ଗଛରେ ଚଢ଼ିଲେ ଫ୍ୟାନ୍‌

କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଗଛରେ ଚଢ଼ିଲେ ଫ୍ୟାନ୍‌

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ନଭେମ୍ବର ୨୨ରୁ ଆରମ୍ଭ ହେବ। ଏଥିପାଇଁ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ବ୍ୟତୀତ ବାକି ଟିମ୍ ପର୍ଥରେ ପହଞ୍ଚିସାରିଛି। ଏଠାରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଦେଇଛି। ଏହି ଅବସରରେ ବାକା ଷ୍ଟାଡିୟମ୍‌ରେ ନେଟ୍ସକୁ ସମ୍ପୂର୍ଣ୍ଣ ଭାବେ କଳା କପଡ଼ାରେ କଭର୍ କରାଯାଇଛି। ଏହି ଅବସରରେ ବିରାଟ କୋହଲିଙ୍କ ସମେତ ବାକି ଖେଳାଳି ନେଟ୍‌ସରେ କଠିନ ପରିଶ୍ରମ କରିଛନ୍ତି। ମାତ୍ର ପ୍ରଶଂସକ କୋହଲି ଓ ବାକି ଖେଳାଳିଙ୍କ ଗୋଟିଏ ଝଲକ୍ ପାଇଁ ସମସ୍ତ ସୀମା ଟପିଯାଇଛନ୍ତି। ସେମାନେ ଗଛ ଉପରେ ଚଢ଼ି ଖେଳାଳିଙ୍କ ଅଭ୍ୟାସ ଦେଖିଛନ୍ତି। ଏପରିକି କଳା ପରଦା ମଧ୍ୟ ବେକାର ସାବ୍ୟସ୍ତ ହୋଇଛି। ଫକ୍ସ କ୍ରିକେଟ୍ ଏହାର ଏକ ଭିଡିଓ ସେୟାର୍ କରିଛି, ଯାହା ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଭାରତୀୟ କୋଚ୍ ଗୌତମ ଗମ୍ଭୀ. ଫାଷ୍ଟ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା, ବ୍ୟାଟର୍ ସର୍ଫରାଜ ଖାନ୍ ପ୍ରମୁଖ ମଧ୍ୟ ଦେଖିବାକୁ ମିଳିଛନ୍ତି। କୋହଲି ୨୦୧୧ରୁ ୨୦୨୦ ମଧ୍ୟରେ ଅଷ୍ଟ୍ରେଲିଆରେ ୧୩ ଟେଷ୍ଟ୍‌ର ୨୫ ଇନିଂସ୍‌ରେ ୫୪.୦୮ ଆଭରେଜ୍‌ରେ ୧୩୫୨ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୬ ଶତକ ମଧ୍ୟ ସାମିଲ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking