23.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଡରାଉଛି ଫେଙ୍ଗଲ୍‌; ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଡରାଉଛି ଫେଙ୍ଗଲ୍‌; ୮ ଜିଲ୍ଲାକୁ ରେଡ୍ ଆଲର୍ଟ

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଫେଙ୍ଗଲ୍‌’ୠଭୀର ଅବପାତ ରୂପ ଧାରଣ କରିବା ସହ ପୁଡୁଚେରୀ ଠାରେ ପହଞ୍ôଚଛି। ଫଳରେ ପୁଡୁଚେରୀର ଚେଙ୍ଗଲପଟ୍ଟୁ, ୱେଲ୍ଲୋର ଏବଂ ୮ ଅନ୍ୟ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ (ଆଇଏମ୍‌ଡି)ର ଜଣେ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଫେଙ୍ଗଲ୍ ତାମିଲନାଡୁ-ପୁଡୁଚେରୀ ମଧ୍ୟଭାଗରେ ଲ୍ୟାଣ୍ଡଫଲ୍ କରିବା ପରେ ପୁଡୁଚେରୀ ମୁହାଁ ସାଜିଛି। ତେବେ ତାମିଲନାଡୁର ୧୦ ଜିଲ୍ଲାକୁ ମଧ୍ୟ ରେଡ୍ ଆଲର୍ଟରେ ରଖାଯାଇଛି। ଫେଙ୍ଗଲ’ ପ୍ରଭାବ ଯୋଗୁ ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟ ଦକ୍ଷିଣ ରାଜ୍ୟଗୁଡ଼ିକର କେତେକ ପ୍ରାନ୍ତ (ଜିଲ୍ଲା) ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି। ଗତ ୬ ଘଣ୍ଟା ଧରି ଫେଙ୍ଗଲ୍ ଘଣ୍ଟା ପ୍ରତି ୭ କିମି ବେଗରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଥିବା ଆଇଏମ୍‌ଡି ସ୍ପଷ୍ଟ କରିଛି। ଫେଙ୍ଗଲ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ର ଆଦି ରାଜ୍ୟରେ ବର୍ଷା ଏବଂ ପବନର ବେଗ ତୀବ୍ର ହୋଇଥିବା ସୂଚନା ମିଳିଛି। ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନଥିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇଛି। ଆଜି ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର , ମୟୁରଭଞ୍ଜ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ଦିନକୁ ସରକାର ଶିକ୍ଷାନୁଷ୍ଠାନ ଏବଂ ଆଇଟି କମ୍ପାନୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା କରିଛନ୍ତି। ବିମାନ ଓ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଛି। ପୂର୍ବତନ ରାସ୍ତା ଏବଂ ପୁରୁଣା ମହାବଳୀପୂରମ ରାସ୍ତାରେ ପରିବହନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି। ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଲାଗି ୨୨୨୯ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ୧୬୮୬ଟି ମୋଟର ପମ୍ପ, ୯୬ଟି ଜେସିବି, ୧୨୦ଟି ଡଙ୍ଗା, ୧୩୦ ଜେନେରେଟର, ୧୧୮ଟି ଉଡ୍‌କଟର ଆଦି ପ୍ରସ୍ତୁତ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking