34.1 C
Bhubaneswar
Sunday, March 29, 2026
Homeଅପରାଧପାରିବାରିକ କଳହର କରୁଣ ପରିଣତି ; ସ୍ବାମୀ ମାଡ଼ରେ ଚାଲିଗଲା ସ୍ତ୍ରୀର ଜୀବନ

ପାରିବାରିକ କଳହର କରୁଣ ପରିଣତି ; ସ୍ବାମୀ ମାଡ଼ରେ ଚାଲିଗଲା ସ୍ତ୍ରୀର ଜୀବନ

ମୟୁରଭଞ୍ଜ : ସ୍ବାମୀର ମାଡ଼ରେ ସ୍ତ୍ରୀ ମୃତ । ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ପ୍ରଫୁଲ୍ଲ ନଗର ଅଞ୍ଚଳର ଡୁଟୁସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ସ୍ତ୍ରୀ ଜଣକ ହେଲେ ସୁନା ସିଂ ଙ୍କ ପତ୍ନୀ ଯମୁନା ସିଂ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା। ଗତ ସୋମବାର ରାତିରେ କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। କଥା କଟାକଟିକୁ ନେଇ ସ୍ୱାମୀ ସୁନା ସିଂ ଉତକ୍ଷିପ୍ତ ହୋଇ ତାଙ୍କ ପତ୍ନୀ ଯମୁନା ସିଂ ଙ୍କୁ ନିସ୍ତୁକ ପିଟାମରା କରିଥିଲେ। ଏହା ଦ୍ଵାରା ପତ୍ନୀ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ପିଆରଏମ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ବୁଧବାର କଟକ ସ୍ଥିତ ଏସସିବି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ଏନେଇ ଯମୁନା ସିଂ ଙ୍କ ପରିବାର ଲୋକେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଳିଏ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking