25.1 C
Bhubaneswar
Saturday, March 21, 2026
Homeଅପରାଧପାରିବାରିକ କଳହର କରୁଣା ପରିଣତି ; ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ପାରିବାରିକ କଳହର କରୁଣା ପରିଣତି ; ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହ ଉଗ୍ରରୂପ ନେବାରୁ କଟୁରୀରେ ସ୍ତ୍ରୀର ବେକ କାଟି ହତ୍ୟା କଲା ନୃସଂଶ ସ୍ୱାମୀ। ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଗ୍ରାମର ସାଲବାମ ନାଗା ପାରିବାରିକ କାରଣରୁ ସ୍ତ୍ରୀ ସାଲବାମ ନାଗିଙ୍କୁ ହତ୍ୟା କରିଛି। ସାଲବମ ନାଗା ଓ ସାଲବାମ ନାଗି ଗତ ୬ ବର୍ଷ ତଳେ ବିବାହ କରିଥିଲେ। ଗତ ତିନି ବର୍ଷ ତଳେ ଏହି ଦମ୍ପତିଙ୍କର ଏକ ସନ୍ତାନ ମଧ୍ୟ ମୃତ୍ୟୁ ହୋଇଛି। ଏକ ମାତ୍ର ପୁତ୍ର ସନ୍ତାନର ମୃତ୍ୟୁ ପରେ କୌଣସି ସନ୍ତାନ ନହେବା କାରଣରୁ ସବୁବେଳେ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡିଛି। ଆଜି ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗ୍ରାମରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି। ଘଟଣାସ୍ଥଳରେ ମୋଟୁ ଥାନା ପୁଲିସ ପହଂଚି ତଦନ୍ତ କରୁଛି। ହତ୍ୟାକାରୀ ସ୍ବାମୀ ସାଲବମ ନାଗାକୁ ପୁଲିସ ଗିରଫ କରି ପଚରାଉଚରା କରୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking