14.1 C
Bhubaneswar
Monday, January 12, 2026
Homeଓଡିଶାପାରିବାରିକ କଳହ: ଝୁଲିପଡିଲେ ଯୁବକ

ପାରିବାରିକ କଳହ: ଝୁଲିପଡିଲେ ଯୁବକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖଇରିବଣି ଉପକଣ୍ଠ ଅଜାଡିହ ଗ୍ରାମ ନିକଟସ୍ଥ ବିଲ ମଝିରେ ଥିବା ଏକ କିଆବୁଦାରେ ଜନୈକ ଯୁବକ  ଆତ୍ମହତ୍ୟା କରିଥିବା ଘଟଣା ସାରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି | ମୃତକ ଜଣକ ହେଉଛି ଖଇରିବଣି ଗ୍ରାମର ମୋତିଲାଲ ମହାନ୍ତଙ୍କ ପୁଅ ଆକାଶ ମହାନ୍ତ | ପ୍ରାପ୍ତ ସୂଚନା ମୁତାବକ, ଖଇରିବଣି ଗ୍ରାମର ମୋତିଲାଲ ମହାନ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିବା କାରଣରୁ ସେମାନେ ବର୍ଷେ ହବ ଅଲଗା ହୋଇ ରହି ଆସୁଥିଲେ l ତେବେ ତାଙ୍କର ୨ ପୁଅ ଥିବାବେଳେ ଜଣେ ମାଆ ପାଖରେ ବାଲେଶ୍ୱରରେ ଓ ଅନ୍ୟଜଣେ ଗାଁରେ ବାପାଙ୍କ ପାଖରେ ରହୁଥିଲା l ଅନ୍ୟପଟେ ମୋତିଲାଲ ଜଣେ ବସ ହେଲ୍ପର ଭାବେ କାମ କରୁଥିବାବେଳେ ପୁଅ ଆକାଶ ଘରେ ରହି ଘରୋଇ କାମ କରୁଥିଲେ l ସେହିଭଳି ଗତକାଲି ମଧ୍ୟ ଦିନ ତମାମ କଳହ ଲାଗିଥିବାବେଳେ ମୋତିଲାଲର ଭଉଣୀମାନେ ଆସି ଉଭୟ ବାପପୁଅଙ୍କୁ ବୁଝାସୁଝା କରି ଫେରିଥିଲେ l ତେବେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଲୋକ ବିଲକୁ ଯାଇଥିବା ବେଳେ ଧାନ ବିଲ ଭିତରେ ଥିବା ଏକ କିଆ ବୁଦା ଭିତରେ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପାଖକୁ ଯାଇ ଜାଣିବାକୁ ପାଇଥିଲେ କି ସିଏ କାଲି ରାତିରୁ ନିଖୋଜ ଥିବା ଆକାଶ ନିଜ ପିନ୍ଧା ଗଞ୍ଜି ବେକରେ ଲଗେଇ କିଆ ଗଛରେ ଝୁଲି ଜୀବନ ହାରିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି କିଆ ବୁଦା ଭିତରେ ଝୁଲଥିବା ଆକାଶର ଝୁଲନ୍ତା ମୃତଦେହ ଉଦ୍ଧାର ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking