କାଠମାଣ୍ଡୁ: ନେପାଳରୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତିଥରା ଭିଜୁଆଲ । ଯାହା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଜେନ୍- Z ସଂଗଠନ ପକ୍ଷରୁ ଦେଶରେ ହିଂସାତ୍ମକ ଆନ୍ଦୋଳନ ଚାଲିଥିବା ବେଳେ ଛାତ ଉପରୁ ହେଲିକପ୍ଟର ସହାୟତାରେ ଘର ଛାଡ଼ି ଯାଉଛନ୍ତି ନେତା ଓ ମନ୍ତ୍ରୀଙ୍କ ପରିବାର । ଜଣେ ମନ୍ତ୍ରୀଙ୍କ ପରିବାର ଅତି ବିପଦଜନକ ଭାବେ ହେଲିକପ୍ଟର ସହାୟତାରେ ଜୀବନ ବଞ୍ଚାଇ ଘର ଛାଡ଼ିଛନ୍ତି । ଆଉ ସେମାନଙ୍କୁ ସେନା ମାନେ ହେଲିକପ୍ଟର ସହାୟତାରେ ଏକ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି । ତେବେ ଏହି ଭିଡିଏ ଏଭଳି ସମୟରେ ସାମ୍ନାକୁ ଆସିଛି । ଯେତେବେଳେ, ନେପାଳରେ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏହା ଥମିବାର ନା ନେଉନାହିଁ । ତେବେ ମଙ୍ଗଳବାର ପ୍ରଦର୍ଶନକାରୀମାନେ ଦେଶର ୩ ପୂର୍ବ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ଏବଂ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରିଛନ୍ତି । ନେପାଳରୁ ସାମ୍ନାକୁ ଆସିଥିବା ଏହି ଭିଡିଓରେ କିଛି ନେତା ଓ ମନ୍ତ୍ରୀଙ୍କ ପରିବାର ଛିଡା ହୋଇ ପାଟି କରୁଛନ୍ତି । ଏବଂ ମଙ୍ଗଳବାର ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ସେନା ମନ୍ତ୍ରୀ ଓ ନେତା ଙ୍କ ପରିବାରର ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି । ମଙ୍ଗଳବାର ହିମାଳୟ ରାଷ୍ଟ୍ରରେ ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସେ ମଧ୍ୟ ପଦ ଛାଡିଛନ୍ତି । ଏହି ରାଜନୈତିକ ସଙ୍କଟ ଯୋଗୁଁ ନେପାଳୀ ସେନାଙ୍କ ବ୍ୟବସ୍ଥା ବଜାୟ ରଖିବା ଏବଂ ଦେଶର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡିଛି ।









