14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଆଇଆଇଟି ବମ୍ବେ କ୍ୟାମ୍ପସରେ ନକଲି ଛାତ୍ର

ଆଇଆଇଟି ବମ୍ବେ କ୍ୟାମ୍ପସରେ ନକଲି ଛାତ୍ର

ମୁମ୍ବାଇ: ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଦର୍ଶାଇବା ସହ କଲେଜ କ୍ୟାମ୍ପସ୍‌ରେ ପ୍ରାୟ ୧୪ଦିନ ପର୍ଯ୍ୟନ୍ତ ରହିଥିବା ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା । ଏବେ ଯେତେବେଳେ ତାଙ୍କୁ ଜେରା କରାଯାଉଛି ସେତେବେଳେ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ରିପୋର୍ଟ ଅନୁସାରେ ବିଲାଲ ଅହମଦ ନାମକ ଏହି ଯୁବକଜଣକ ଆଇଆଇଟି ବମ୍ବେର କ୍ୟାମ୍ପସ୍‌ରେ ନକଲି ପରିଚୟ ସହ ରହୁଥିଲେ । ସେ ନିଜକୁ ପିଏଚ୍‌ଡି ଛାତ୍ର ଭାବେ ପରିଚୟ ଦେଉଥିଲେ ଏବଂ ଗେଟ୍‌ରେ ପ୍ରବେଶ ପାଇଁ ନକଲି ପ୍ରବେଶପତ୍ର ବ୍ୟବହାର କରୁଥିଲେ । ଏସମ୍ପର୍କରେ କେହି କିଛି ବି ଜାଣିପାରିନଥିଲେ । କିନ୍ତୁ ଗତ ୨୬ ତାରିଖରେ ଅନୁଷ୍ଠାନର ଜଣେ କର୍ମଚାରୀଙ୍କ ମନରେ ବିଲାଲ୍‌ଙ୍କୁ ଦେଖି ସନ୍ଦେହ ଆସିଥିଲା ସେତେବେଳେ ସେ ବିଲାଲ୍‌ଙ୍କୁ ସେ କିଏ ବୋଲି ପଚାରିଥିଲେ । କିନ୍ତୁ ବିଲାଲ କୌଣସି ଉତ୍ତର ଦେଇନଥିଲେ । ଏହାପରେ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଜାଣିବାକୁ ପାଇଥିଲେ ଯେ ସେ ସେଠାକାର ଛାତ୍ର ନୁହନ୍ତି । ଛାତ୍ର ନହେବା ସତ୍ତ୍ୱେ ବି ଗତ କିଛି ଦିନ ଧରି କ୍ୟାମ୍ପସରେ ବୁଲୁଛନ୍ତି । ଅଧିକାରୀମାନେ ଅଭିଯୋଗ ଦାଖଲ କରିବାରୁ ପୁଲିସ୍ ବିଲାଲଙ୍କୁ ଗିରଫ କରିଥିଲା । ତାଙ୍କୁ ୭ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂତ୍ର ଅନୁଯାୟୀ, ରହଣି ସମୟରେ ବିଲାଲ ୨୧ଟି ମେଲ ଆଇଡି ତିଆରି ଖୋଲିଥିଲେ । ସେସବୁକୁ ସେ ବିଭିନ୍ନ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ପାଇଁ ବ୍ୟବହାର କରୁଥିଲେ । ସେ ସୋସିଆଲ୍ ମିଡିଆରୁ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ । ପଚରାଉଚରା ସମୟରେ, ବିଲାଲ ମଧ୍ୟ ସ୍ୱୀକାର କରିଥିଲେ ଯେ ସେ ଗତ ବର୍ଷ ମଧ୍ୟ କ୍ୟାମ୍ପସରେ ଗୋଟିଏ ମାସ ରହିଥିଲେ, କିନ୍ତୁ କେହି ତାଙ୍କୁ ଜାଣିପାରିନଥିଲେ । ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଦନ୍ତ ପାଇଁ ବିଲାଲଙ୍କ ଫୋନ୍ ଜବତ କରିଥିଲେ, କିନ୍ତୁ ସେତେବେଳୁ ସେ ବହୁତ ତଥ୍ୟ ଡିଲିଟ୍ କରିଦେଇଥିଲେ । ଅଧିକାରୀମାନେ ଏକ ସାଇବର ଲ୍ୟାବ୍ ସାହାଯ୍ୟରେ ଏହାକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ବିଲାଲ କ୍ୟାମ୍ପସର ଭିଡିଓ ମଧ୍ୟ ତିଆରି କରିଛନ୍ତି, କିନ୍ତୁ ସେ ସେଗୁଡ଼ିକୁ କାହାକୁ ପଠାଇଥାଆନ୍ତେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking