19.1 C
Bhubaneswar
Tuesday, February 10, 2026
Homeଅପରାଧସୋସିଆଲ୍ ମିଡିଆରେ ଅନୁଭବଙ୍କ ନକଲି ଆକାଉଣ୍ଟ : ଅଭିଯୁକ୍ତ ଗିରଫ 

ସୋସିଆଲ୍ ମିଡିଆରେ ଅନୁଭବଙ୍କ ନକଲି ଆକାଉଣ୍ଟ : ଅଭିଯୁକ୍ତ ଗିରଫ 

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ସିନେ ତାରକା ଅନୁଭବ ମହାନ୍ତିଙ୍କ ନାମରେ ସୋସିଆଲ୍ ମିଡିଆରେ ନକଲି ଆକାଉଣ୍ଟ ଖୋଲିଥିବା ଅଭିଯୋଗରେ ଭୀଷ୍ମ ମହାନ୍ତକୁ ସାଇବର ପୁଲିସ ଆଜି ଗିରଫ କରିଛି। ଛତିଗଡର ଭୀଷ୍ମ ଲଗାତର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ଓ ଫଟୋକୁ ବ୍ୟବହାର କରି ଆକାଉଣ୍ଟ ଖେଶଳିଥାଏ ବୋଲି ପୁଲିସ କହିଛି। ତାଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଅନୁଭବ ମହାନ୍ତି କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାିଥିଲା। ଭୀଷ୍ମ ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉ ଖୋଲି ଛୋଟ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ। ଅନୁଭବଙ୍କ ନାମ ଓ ଫଟୋ ବ୍ୟବହାର ସହ ସୋସିଆଲ୍ ଆକାଉଣ୍ଟର ଅପବ୍ୟବହାର କରୁଥିଲା।

ଫଳରେ ଅନୁଭବଙ୍କ ଫ୍ୟାନ୍‌ମାନେ ଏହାର ଶିକାର ହୋଇଥିଲେ। କେବଳ ଏତିକି ନୁହେଁ ଅନେକ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କ ନକଲି ଆକାଉଣ୍ଟ ପୁଲିସ ଠାବ କରିଛି। ଏପରିକି ମଲ୍ଟି ନେସନାଲ କମ୍ପାନୀର ଲୋଗୋ ବିଜ୍ଞାପନ ନିଜ ହ୍ୱାଟ୍ସଆପରେ ଡିପି ରଖି ଅନେକ ଲୋକଙ୍କୁ ପ୍ରଲୋଭିତ କରିବା ସହିତ ପରବର୍ତ୍ତୀ ସମୟରେ ଉକ୍ତ ଲୋକମାନଙ୍କୁ ଠକିବାରେ ଭୀଷ୍ମ ସଫଳ ହୋଇଥିଲା। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ପରେ ଅଭିଯୁକ୍ତ ଭୀଷ୍ମକୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି। ସାଇବର ଥାନା ପୁଲିସ ଅଭିଯୁକ୍ତଠାରୁ ବିଭିନ୍ନ କମ୍ପାନୀର ଓ ସେଲିବ୍ରେଟିଙ୍କ ଫଟୋ ଓ ଏକାଧିକ ମୋବାଇଲ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking