25.1 C
Bhubaneswar
Tuesday, February 3, 2026
Homeଓଡିଶାନକଲି ସିମ୍ ବିକ୍ରି: ୨ ଗିରଫ

ନକଲି ସିମ୍ ବିକ୍ରି: ୨ ଗିରଫ

ଭଣ୍ଡାରିପୋଖରୀ: ବେଆଇନ୍ ସିମ୍‌ ବିକ୍ରି ଅଭିଯୋଗ । ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସସୂଚନା ଅନୁସାରେ, ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିଲେ ଦୁଇ ଅଭିଯୁକ୍ତ । ଦୋକାନୀ ସନ୍ତୋଷ ଖଣ୍ଡାଇକୁ ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ଅପରାହ୍ନରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ ପୁଲିସର ଏକ ଦଳ ଥାନାକୁ ଆଣି ପଚରାଉଚରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରିଥିଲା। ଶୁକ୍ରବାର ନକଲି ମୋବାଇଲ ବିକ୍ରି ଲିଙ୍କ୍‌ରେ ବନ୍ତ ସବଇନ୍ସପେକ୍ଟର ଥାନା ଅଞ୍ଚଳର ଗଭିଗହିଆ ତରାଗୋ ଗ୍ରାମର ଅଜୟ ଓରଫ ମହେଶ୍ଵର ପୁଣ୍ଟିଆକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।

ନୂତମ ତନ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡ ଉପଯୋଗ କରି ସେହି ଗ୍ରାହକଙ୍କ ଅଜାଣତରେ ଏକକାଳୀନ ବହୁ ସିମ କାର୍ଡ ଆକ୍ଟିଭ କରାଯାଉଥିଲା। ଆକ୍ଟିଭ ହୋଇଥିବା ଅନ୍ୟ ସିମ କାର୍ଡକୁ ଉଚ୍ଚ ଦରରେ ବେନାମୀ ଲୋକଙ୍କୁ ବିକ୍ରି କରାଯାଉଥିଲା ବୋଲି କୁହାଯାଇଛି । ଏଭଳି ବିକ୍ରି ହୋଇଥିବା ବେନାମୀ ସିମ କାର୍ଡ ଅପରାଧିକ କାର୍ଯ୍ୟରେ ଉପଯୋଗ ହେଉଥିଲା। । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିବା ଏକ ମାମଲାର ଅଭିଯୁକ୍ତ ଠାରୁ ସନ୍ତୋଷ ବିକ୍ରି କରିଥିବା ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ପୁଲିସ ସ୍କାନରକୁ ଆସିଥିଲା। ସନ୍ତୋଷକୁ ଦିଲ୍ଲୀ ନେଇଯାଇଛି ସାହିନବାଗ ପୋଲିସ ଏବଂ ବନ୍ତ ଥାନା ତରାଗୋ ଗାଁର ମହେଶ୍ୱର ପୁଣ୍ଟିଆକୁ ଛାଡ଼ିଦେଇଛିଏହି ଘଟଣାରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking