ମାଲକାନଗିରି : ମାଲକାନଗିରି ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗିରଫ କରିଛି।ମାଓବାଦୀ ନାଁରେ ଟଂକା ମାଗୁଥିବା ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଏହି ନକଲି ମାଓବାଦୀକୁ ଗିରଫ କରିଛି। ଚଳିତ ମାସ ୯ ତାରିଖ ଦିନ କୋରକୋଣ୍ଡା ବ୍ଲକର ଏମଭି-୧୦୦ ଗ୍ରାମର ଅନିଲ ବରକନ୍ଦଜଙ୍କୁ ଏକ ଫୋନ ନମ୍ବରରେ ଵାଟାସପ କଲ ଆସିଥିଲା।ନିଜକୁ ମାଓବାଦୀ କମାଣ୍ଡର ଆର.ରାଜେଶ୍ବର ଟାରାଲ ବୋଲି ପରିଚୟ ଦେଇ ୨ ହଜାର ଟଂକା ମାଗିଥିଲା।ଗତ ଏପ୍ରିଲ ୪ ତାରିଖରେ ମଧ୍ୟ ଆଉଏକ ଫୋନ ନମ୍ବରରରେ ଵାଟସପ କଲ କରି ୫ ହଜାର ଟଂକା ମାଗିଥିଲା।
ଏନେଇ ମାଲକାନଗିରି ସଦର ଥାନାରେ ଏତଲା ପରେ ପୁଲିସ ତଦନ୍ତ କରି ଖୋର୍ଦ୍ଧା ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ସଂତୋଷ କୁମାର ମହାନ୍ତି ଅରଫ ପିଣ୍ଟୁକୁ ଗିରଫ କରିଛି।ସଂତୋଷ କେବଳ ଜଣକୁ ନୁହେଁ ବରଂ ଜିଲ୍ଲାର ବହୁ ଦୋକାନୀକୁ ମଧ୍ୟ ଫୋନ କରି ଧମକାଇବା ସହ ଟଂକା ନଦେଲେ ହତ୍ୟା କରାଯିବା ନେଇ ଚେତାବନୀ ଦେଇଥିଲା। ମାଲକାନଗିରି ଜିଲ୍ଲାରେ ଏକ ଲକ୍ଷ ରୁ ଉର୍ଦ୍ଧ୍ ଟଙ୍କା ଲୋକଙ୍କ ଠାରୁ ଲୁଟି ଥିବା ଜଣା ପଡିଛି।ପୁଲିସ ସଂତୋଷକୁ ଗିରଫ କରିବା ପରେ ତାଂକ ଠାରୁ ୩ଟି ମୋବାଇଲ,ଗୋଟିଏ ସିମ କାର୍ଡ,୩ଟି ଏଟିଏମ କାର୍ଡ,ଗୋଟିଏ ମେମୋରି କାର୍ଡ ଜବତ କରିଥିବା ନେଇ ଏସଡିପିଓ ସଚିନ ପଟେଲ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।










