ବ୍ୟୁରୋ : ଜୟପୁରର ମୁସୁରୀର ଏକ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ଯୁବକ ବିବାହ ପାଇଁ ନକଲି ଆଇପିଏସ ପାଲଟିଥିଲେ । ଝିଅକୁ ପ୍ରଭାବିତ କରିବା ପାଇଁ ଯୁବକ ଜଣଙ୍କ ପ୍ରଥମେ ରାଜସ୍ଥାନ ପୁଲିସର ଜଣେ କନେଷ୍ଟବଳ ଏବଂ ପରେ ଅଲୱାରରେ ଆୟକର ବିଭାଗର ଅଧିକାରୀ ଭାବରେ ପରିଚିତ ହୋଇଥିଲେ । ତଥାପି କିଛି ସଫଳ ମିଳିନଥିଲା । ତାପରେ ଯୁବକ ଜଣଙ୍କ ଝିଅ ଆଗରେ ଦାବି କଲା ଯେ ତାଙ୍କୁ ଆଇପିଏସ ଅଧିକାରୀରେ ମନୋନୀତ କରାଯାଇଛି । କେବଳ ଏତିକି ନୁହେଁ ଖାଲି ସମୟରେ ମୁସୁରି ଆଇପିଏସ ଟ୍ରେନିଂ ସେଣ୍ଟର ବାହାରେ ଯାଇ ଫଟୋଗ୍ରାଫ କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହାକୁ ଦେଖି ଝିଅର ପରିବାର ଲୋକ ଅତି ସହଜରେ ବିଶ୍ୱାସ କରିଦେଉଥିଲେ । ତାପରେ ପରିବାର ଲୋକେ ଯୁବକକୁ ଆଇପିଏସ ଅଧିକାରୀ ଭାବି ତାଙ୍କ ଝିଅ ସହ ବାହାଘର କରିଲେ । ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିଛିଦିନ ପରେ ଝିଅଙ୍କ ପରିବାର ଲୋକ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଥିଲେ ଯେ ଯୁବକ ଜଣଙ୍କ ଆଇପିଏସ ଅଧିକାରୀ ନୁହଁନ୍ତି ସେ ଏକ ଦୋକାନରେ କାମ କରୁଛନ୍ତି । ଏହି ଖବର ଶୁଣି ଝିଅଙ୍କ ପରିବାର ଲୋକଙ୍କ ପାଦରୁ ମାଟି ଖସିଯାଇଥିଲା । ଝିଅର ବାପା ଯୁବକ ଜଣଙ୍କୁ କହିଥିଲେ ଯେ ବାହାଘରର ସବୁ ଜିନିଷ ଫେରସ୍ତ କରିବା ପାଇଁ । ହେଲେ ଯୁବକ ଜଣଙ୍କ ତାହା କରିନଥିଲେ । ଏହାର ଠକେଇ ପରେ ଝିଅ ପରିବାର ଲୋକେ ପ୍ରଗତି ପୋଲିସ ଷ୍ଟେସନ ରେ ସୁନୀଲଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଏହାରି ପରେ ପୋଲିସ ଅଭିଯୁକ୍ତ ସୁନୀଲଙ୍କୁ ଅଟକ ରଖି ପଚରା ଉଚରା କରୁଛି ।