21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଗାଜିଆବାଦ୍‌ରେ ନକଲି ଦୂତାବାସ; ୭ବର୍ଷ ଧରି ଚାଲିଥିଲା, କେହି ଜାଣିପାରିଲେନି

ଗାଜିଆବାଦ୍‌ରେ ନକଲି ଦୂତାବାସ; ୭ବର୍ଷ ଧରି ଚାଲିଥିଲା, କେହି ଜାଣିପାରିଲେନି

ନୂଆଦିଲ୍ଲୀ: ଗାଜିଆବାଦ୍‌ର ଏକ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ହର୍ଷବର୍ଦ୍ଧନ ଜୈନ୍ ନାମକ ଜଣେ ବ୍ୟକ୍ତି ଦୀର୍ଘ ୭ ବର୍ଷ (୨୦୧୭-୧୮ରୁ) ଧରି ଏକ ନକଲି ଦୂତାବାସ ଚଳାଇଥିଲେ ମଧ୍ୟ ଏସମ୍ପର୍କରେ କାହା ନଜରକୁ ଆସିନଥିଲା । ଏକ ଆରାମଦାୟକ ଦୁଇ ମହଲା କୋଠା, ବାହାରେ ପାର୍କିଂ ହୋଇଥିବା କୂଟନୈତିକ ନମ୍ବର ପ୍ଲେଟ୍ ସହିତ ଚାରୋଟି ଅଡି/ମର୍ସିଡିଜ୍ ଭଳି ବ୍ରାଣ୍ଡେଡ୍ କାର, “ଗ୍ରାଣ୍ଡ୍ ଡଚି ଅଫ୍ ୱେଷ୍ଟଆର୍କଟିକା’ ଏବଂ “ଏଚ୍ ଇ ଏଚ୍‌ଭି ଜୈନ୍ ଅନରାରି କନସୁଲ୍‌’ ଲେଖାଥିବା ଏକ ନାମ ପ୍ଲେଟ୍ – ଦିଲ୍ଲୀ ନିକଟ ଗାଜିଆବାଦରେ ଧରାପଡ଼ିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି । ଉତ୍ତରପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ ହର୍ଷବର୍ଦ୍ଧନ ଜୈନଙ୍କୁ ଗିରଫ କରିଛି । ହର୍ଷବର୍ଦ୍ଧନ ଲୋକମାନଙ୍କୁ ବିଦେଶରେ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ହୱାଲା ଏବଂ କୂଟନୈତିକ ଡକ୍ୟୁମେଣ୍ଟ ଜାଲିଆତି ମାଧ୍ୟମରେ ମନି ଲଣ୍ଡରିଂ ର‌୍ୟାକେଟ୍‌ର ଅଂଶୀଦାର ହେବାର ମଧ୍ୟ ଅଭିଯୋଗ ଅଛି ।

ଚଢ଼ଉ ସମୟରେ ହର୍ଷବର୍ଷନ୍‌ଙ୍କ ଏହି ବିଳାସମୟ ଭଡାଘରୁ ଏସ୍‌ଟିଏଫ୍ ଅଧିକାରୀମାନେ କୂଟନୈତିକ ନମ୍ବର ପ୍ଲେଟ୍ ଥିବା କାର, ୧୨ଟି ଛୋଟ ଦେଶର ‘କୂଟନୈତିକ ପାସପୋର୍ଟ’, ବୈଦେଶିକ ମନ୍ତ୍ରଣାଳୟର ଷ୍ଟାମ୍ପ ଥିବା ଡକ୍ୟୁମେଣ୍ଟ, ୩୪ଟି ଦେଶର ସିଲ୍‌, ୪୪ ଲକ୍ଷ ଟଙ୍କା ନଗଦ, ବିଦେଶୀ ମୁଦ୍ରା, ୧୮ଟି କୂଟନୈତିକ ନମ୍ବର ପ୍ଲେଟ୍ ଏବଂ ବିଳାସପୂର୍ଣ୍ଣ ଘଣ୍ଟା ସଂଗ୍ରହ ଉଦ୍ଧାର କରିଛନ୍ତି । ଜୈନଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସହିତ ଦେଖାଯାଉଥିବା ଫଟୋ ମଧ୍ୟ ଥିବା ଦେଖିବାକୁ ମିଳିଛି । ହର୍ଷବର୍ଦ୍ଧନ ନିଜକୁ ସଚ୍ଚୋଟ ଦେଖାଇବା ପାଇଁ ଏହି ନକଲି ‘ଦୂତାବାସ’ ବାହାରେ ଭଣ୍ଡାର (ସମ୍ପ୍ରଦାୟ ଭୋଜ) ଭଳି ଦାନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ । ତଦନ୍ତକାରୀମାନେ ଜୈନଙ୍କ କିଛି ଫଟୋ ମଧ୍ୟ ପାଇଥିଲେ ଯାହାକି ସେ ବିବାଦୀୟ “ଗଡଫାଦର’ ତଥା ଆତ୍ମଘୋଷିତ ଧର୍ମଗୁରୁ ଚନ୍ଦ୍ରସ୍ୱାମୀ ଏବଂ ସାଉଦି ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଅଦନାନ ଖଶୋଗୀଙ୍କ ନିକଟତର ଥିବାର ସ୍ପଷ୍ଟ ପ୍ରମାଣ ସାବ୍ୟସ୍ତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking