30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବଜାରରେ ମିଳୁଛି ନକଲି ଡାଳଚିନି

ବଜାରରେ ମିଳୁଛି ନକଲି ଡାଳଚିନି

ୱାଶିଂଟନ୍ : ଖାଦ୍ୟ-ମସଲାରେ ଅପମିଶ୍ରଣ ଖବର ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ଭାରତୀୟ ମସଲାରେ ଅପମିଶ୍ରିତ ଖବର ସାମନାକୁ ଆସିଥିଲା । ଫଳରେ ଏମ୍‌ଡିଏଚ୍ ଓ ଏଭରେଷ୍ଟ ଭଳି ଦୁଇଟି ନାମୀଦାମୀ ମସଲା କମ୍ପାନୀର ମସଲାକୁ ବ୍ୟାନ୍ କରିଥିଲେ ନେପାଳ, ସିଙ୍ଗାପୁର ଭଳି ଦେଶ । ଏବେ ପୁଣି ବଜାରରେ ମିଳୁଛି ଆଉ ଏକ ନକଲି ମସଲା । ଯାହାକୁ ଆମେ ଦୈନିକ ରୋଷେଇ ଘରେ ବ୍ୟବହାର କରିଥାଉ । ଏଥିରେ ଯେଉଁ ପଦାର୍ଥ ମିଶାଯାଉଛି, ତାହା ଶୁଣିଲେ ଆପଣଙ୍କ ମୁଣ୍ଡର ହାତ ଦେବେ । ଭାରତର ଲୋକପ୍ରିୟ ମସଲା ମଧ୍ୟରୁ ଗୋଟିଏ ଡାଳଚିନି । ଯାହା ଘରେ ଘରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ହାଲକା ମିଠା । ହଟ୍ ଚକୋଲେଟ୍‌, କଫି ଏବଂ ଅଟୋମିଲ୍ ଏବଂ ବେକିଂରେ ମଧ୍ୟ ଏହାର ବ୍ୟବହାର କରାଯାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତ୍ୟେକ ରୋଷେଇ ଘରେ ମସଲା ଭାବେ ବ୍ୟବହାର ହେଉଥିବା ଏହି ମସଲାରେ ବି ମିଶାଯାଉଛି ନକଲି ସାମଗ୍ରୀ । ନିକଟରେ ଡାଳଚିନିକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଡାଳଚିନି ପାଉଡରରେ ମିଶୁଛି କାଚଗୁଣ୍ଡ । ଆମେରିକାର ୧୨ଟି ବ୍ରାଣ୍ଡର ଡାଳଚିନି ପାଉଡର୍ ଏବଂ ମସଲା ପାଉଡରରେ ଲୁହା ଗୁଣ୍ଡ ମିଳିଛି ।

ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ଡାଳଚିନିରୁ କାଚଗୁଣ୍ଡ ଚିହ୍ନଟ କରିଛନ୍ତି । ତେବେ ଆମେରିକାରେ ମିଳୁଥିବା ଡାଳଚିନିରେ ଏଭଳି ଅପମିଶ୍ରିତ ତଥ୍ୟ ପଦାର୍ଥ ମିଶାଯାଉଥିବା ଜଣାପଡ଼ିଛି । ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ବଜାରରେ ବିକ୍ରି ହେଉଥିବା ୩୬ ପ୍ରକାରର ଡାଳଚିନି ପାଉଡର ଏବଂ ଡାଳଚିନି ଯୁକ୍ତ ମସଲା, ଗରମ ମସଲା, ଏବଂ ଅନ୍ୟ ୫ ପ୍ରକାର ମସଲାର ପରୀକ୍ଷଣ କରିଥିଲେ । ଏହିସବୁ ମସଲାଗୁଡ଼ିକ କନେକ୍ଟିକଟ୍‌, ନ୍ୟୁ ଜର୍ସି, ନ୍ୟୁୟର୍କର କିଛି ଦୋକାନ ଏବଂ ଅନଲାଇନ୍‌ରୁ ମିଳୁଥିବା ମୋଟ୍ ୧୭ଟି ଦୋକାନରୁ ସଂଗ୍ରହ କରାଯାଇଥିଲା । ଏହି ୩୬ ପ୍ରକାର ପାଉଡରରୁ ୧୨ଟିରୁ ମିଳିଥିଲା କାଚଗୁଣ୍ଡ । ଏହି ମସଲାରୁ ମିଳିଥିଲା ୧ ପିପିଏମ୍‌ରୁ ଅଧିକ କାଚଗୁଣ୍ଡ ଭାଗ । କାଚଗୁଣ୍ଡ ମିଶ୍ରଣ ହୋଇଥିବା ଏହି ୧୨ଟି ମସଲା ହେଲା:- ପାରସ୍ ସିନାମନ୍ ପାଉଡର, ଇଜିଏନ୍ ସିନାମନ୍ ପାଉଡର, ମିମିସ୍ ପ୍ରଡକ୍ଟସ୍ ଗ୍ରାଉଣ୍ଡ୍ ସିନାମନ୍‌, ବାଉଲ୍ ଆଣ୍ଡ୍ ବାସ୍କେଟ୍ ଗ୍ରାଉଣ୍ଡ୍ ସିନାମନ୍‌, ରାନୀ ବ୍ରାଣ୍ଡ୍ ଗ୍ରାଉଣ୍ଡ୍ ସିନାମନ୍‌, ଜାରା ଫୁଡ୍‌ସ୍ ସିନାମନ୍ ପାଉଡର୍ ଥ୍ରି ରିଭରସ୍ ସିନାମନ୍ ଷ୍ଟିକ୍ ପାଉଡର, ୟୁ ୟେ ବ୍ରାଣ୍ଡ୍ ଫାଇଭ୍ ସ୍ପାଇସ୍ ପାଉଡର, ବେଲିଫେଙ୍ଗ୍ ଫାଇଭ୍ ସ୍ପାଇସ୍ ପାଉଡର୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking