30.1 C
Bhubaneswar
Friday, February 13, 2026
Homeଅପରାଧପ୍ରେମିକାର ଜୀବନ ନେଲା ବିଫଳ ପ୍ରେମିକ

ପ୍ରେମିକାର ଜୀବନ ନେଲା ବିଫଳ ପ୍ରେମିକ

ବାଲେଶ୍ୱର: ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା। ପ୍ରେମରେ ବିଫଳ ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ। ଯୁବତୀଙ୍କ ଗଳା କାଟି ହତ୍ୟା। ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ, ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା (୨୫ ବର୍ଷ) ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦୁଇ ମାସ ତଳେ ସେ ଘରୁ ଆସିଥିଲେ। ଆଜି ଘରେ କେହି ନଥିବା ବେଳେ ଜ୍ୟୋତିର୍ମୟୀଙ୍କ ଗଳା କାଟି କେହି ହତ୍ୟା କରିଦେଇଥିଲା। କିଛି ସମୟ ପରେ ଘର ଲୋକ ଫେରି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇ ଦିନ ତଳେ ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ହଇରାଣ କରୁଥିବା ନେଇ ଜ୍ୟୋତିର୍ମୟୀ ସୋର ଥାନାରେ ଅଭିଯୋଗ କରିଥିଲେ। ପ୍ରେମରେ ବିଫଳ ହେବାରୁ ଯୁବକ ଜଣଙ୍କ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking