28.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଫ୍ୟାକ୍ଟ୍ରି ବିସ୍ଫୋରଣ: ୪ ଓଡ଼ିଆଙ୍କ ମୃତ୍ୟୁ

ଫ୍ୟାକ୍ଟ୍ରି ବିସ୍ଫୋରଣ: ୪ ଓଡ଼ିଆଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତେଲେଙ୍ଗାନା କ୍ୟାମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୪ ଓଡ଼ିଆ। ଏପଯ୍ୟନ୍ତ ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆହୁରି ୪ ଓଡିଆ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ମୃତକମାନେ ଗଞ୍ଜାମର ଜଗନମୋହନ , କଟକ ତିଗିରିଆର ଲଗ୍ନଜିତ ଦୁଆରୀ , ବାଲେଶ୍ୱରର ମନୋଜ ରାଉତ ଏବଂ ଯାଜପୁରର ଦୋଳଗୋବିନ୍ଦ ସାହୁ ବୋଲି ଜଣାପଡିଛି । ଏନେଇ ଓଡିଶା ପରିବାର ନିର୍ଦ୍ଦେଶାଳୟ । ଓଏସଡି ସୂଚନା ଦେଇଛନ୍ତି । ସୂଚନା ଥାଉକି, ସୋମବାର ତେଲେଙ୍ଗାନାର ଏକ ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ୩୫ରୁ ଅଧିକ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ସଙ୍ଗାରେଡି ଜିଲ୍ଲାରେ ଥିବା ସିଙ୍ଗାଚି କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୧ କୋଟି ଏବଂ ଆଗତଙ୍କୁ ୧୦ ଲକ୍ଷ କ୍ଷତିପୂରଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ତୁରନ୍ତ ସହାୟତା ପାଇଁ ମୃତ ଶ୍ରମିକଙ୍କ ପରିବାରକୁ ୧ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାସ୍ଥଳରୁ ଯାଇ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking