27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପ୍ରେମିକ ବିବାହ କରିବାକୁ ମନା କରିବାରୁ ‌ହତ୍ୟା ଉଦ୍ୟମ କଲା ଫେସବୁକ ପ୍ରେମିକା

ପ୍ରେମିକ ବିବାହ କରିବାକୁ ମନା କରିବାରୁ ‌ହତ୍ୟା ଉଦ୍ୟମ କଲା ଫେସବୁକ ପ୍ରେମିକା

ନୋଏଡା: ଫେସବୁକରେ କଥା ହେବା ପରେ ଦେଖା କରିବାକୁ ଆସିଥିଲା ପ୍ରେମିକା। ବିବାହ କରିବାକୁ ପ୍ରେମିକ ମନା କରିବାରୁ କଲା ହତ୍ୟା ଉଦ୍ୟମ। ଏହା ପରେ ଯାହା ଘଟିଲା, ତାହା ଏବେ ଚର୍ଚ୍ଚାରେ ରହିଛି। ଘଟଣାଟି ଘଟିଛି ନୋଏଡାରେ। ପ୍ରେମିକାର ଆକ୍ରମଣ ପରେ ଏବେ ପୀଡ଼ିତଙ୍କ ଚିକିତ୍ସା ଚାଲିଛି। ପୁଲିସ ଅଭିଯୁକ୍ତ ପ୍ରେମିକା ଓ ତା’ର ୨ସାଙ୍ଗଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ କରିବା ଆରମ୍ଭ କରିଛି। ରାବୁପୁରା ପୁଲିସ ଷ୍ଟେସନ୍ ଇନ-ଚାର୍ଜ ଇନ୍ସପେକ୍ଟର ରାଘବେନ୍ଦ୍ର କୁମାର ସିଂହ କହିଛନ୍ତି ଯେ, ମଙ୍ଗଳବାର ରାତିରେ ରୋନିଜା ଗାଁର ବାସିନ୍ଦା ହଂସରାଜ ଏକ ଏତଲା ଦାଖଲ କରିଥିଲେ ।

“ମୋ ପୁଅ ଧୀରଜ (୨୧)ଙ୍କୁ ଡିସେମ୍ବର ୨୪ରେ ପ୍ରିୟା ନାମକ ଜଣେ ଯୁବତୀ ଫୋନ କରିଥିଲେ। ପ୍ରିୟାଙ୍କୁ ସେ ଫେସବୁକ ଜରିଆରେ ୬ମାସ ତଳେ ଦେଖା ହୋଇଥିଲେ ଏବଂ ସମୟ ସହ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ। ଧୀରଜକୁ ଦେଖା କରିବା ପାଇଁ ପ୍ରିୟା ନୋଏଡା ଆସିବା ସହ ମୋ ପୁଅକୁ ଡାକିଥିଲେ। ମୋ ପୁଅ ଯିବା ପରେ ସେ ତାଙ୍କ ଫଳ ରସରେ ନିଶା ଦେଇ ନିଜର ୨ସାଙ୍ଗଙ୍କୁ ହତ୍ୟା କରିବା ପାଇଁ ଡାକିଥିଲେ। ଧୀରଜ ଅଚେତ ହେବା ପରେ ୩ଜଣ ମୋ ପୁଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେଠାରୁ ଚାଲିଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ମୋ ପୁଅକୁ ଚିହ୍ନଥିବାରୁ ସେମାନେ ମୋତେ ଫୋନ କରିଥିଲେ। ଫୋନ କଲ୍ ପାଇବା ପରେ ମୁଁ ଘଟଣାସ୍ଥଳରେ ପହଞ୍ଚି ତାକୁ ଡାକ୍ତରଖାନା ନେଇଥିଲି। ଏବେ ଗ୍ରେଟର ନୋଏଡାରେ ଥିବା ଯଥାର୍ଥ ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି। ବିବାହ ପାଇଁ ମୋ ପୁଅ ମନା କରିବାରୁ ପ୍ରିୟା ଏଭଳି କରିଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking