28.1 C
Bhubaneswar
Monday, February 23, 2026
Homeଅପରାଧହତ୍ୟା ପରେ ଆଖି ତାଡ଼ିନେଲେ

ହତ୍ୟା ପରେ ଆଖି ତାଡ଼ିନେଲେ

ରିଆମାଳ : ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା। ତିନି ଦିନ ତଳୁ ଘଟିଛି ହତ୍ୟାକାଣ୍ଡ। ଶୁକ୍ରବାର ସକାଳେ ଖବର ପାଇ ମୃତଦେହ ଉଦ୍ଧାର କଲା ପୋଲିସ। ବୃଦ୍ଧଙ୍କ ଆଖି ତାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଳେହିପଡ଼ା ପଞ୍ଚାୟତ ବଅଁରପାଳ ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ସୂଚନାନୁଯାୟୀ, ବଅଁରପାଳ ଗ୍ରାମର ମୋହନ ଧରୁଆ(୬୨ ବର୍ଷ)ଙ୍କୁ ବୁଧବାର ଠାରୁ କେହି ଦୁର୍ବୃତ୍ତ ଜଘନ୍ୟ ଭାବେ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ଶୁକ୍ରବାର ସକାଳେ ରିଆମାଳ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ବୃଦ୍ଧଙ୍କ ବାମ ଆଖିକୁ ତାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୋହନଙ୍କୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ସେନେଇ ପୋଲିସ ଖୋଳତାଡ଼ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking