25.1 C
Bhubaneswar
Thursday, December 11, 2025
Homeଓଡିଶାବିସ୍ଫୋରକ ଲୁଟ୍‌: ଏନଆଇଏର ଚାର୍ଜସିଟ୍ ଦାଖଲ

ବିସ୍ଫୋରକ ଲୁଟ୍‌: ଏନଆଇଏର ଚାର୍ଜସିଟ୍ ଦାଖଲ

ରାଉରକେଲା: ରାଉରକେଲା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୪ ହଜାର କେଜିର ବିସ୍ଫୋରକ ଲୁଟ୍ ଘଟଣାରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ । ସମ୍ପୃକ୍ତ ଥିବା ୧୧ ମାଓବାଦୀଙ୍କ ନାଁ ଏନଆଇଏ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି । ୟୁଏପିଏ, ବିଏନଏସଏସ ଓ ଆର୍ମ ଆକ୍ଟରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ମାଓନେତା ଜର୍ଜ ମୁଣ୍ଡା, ପ୍ରୀତମ ମାଞ୍ଝୀ, ରଙ୍ଗା ପୁନେମ ନାଁରେ ମାମଲା ଅଛି । ପିଣ୍ଟୁ ଲୋହରା, ଶିବା ବୋଦ୍ରା, ଅମିତ ମୁଣ୍ଡା, ବିରେନ ସିଂ ନାଁରେ ମଧ୍ୟ ମାମଲା ଅଛି । ଷଡଯନ୍ତ୍ର ରଚିବା ସହ ଲୁଟ୍‌ରେ ଏମାନେ ସଂମ୍ପୃକ୍ତ ଥିଲେ । ମେ ୨୭ରେ ଡ୍ରାଇଭର ସହ ଗାଡିକୁ ନିଜ ଅକ୍ତିଆରକୁ ନେଇ ଲୁଟିଥିଲେ । ୧୦ରୁ ୧୫ ସଶସ୍ତ୍ର ମାଓବାଦୀ ବିସ୍ଫୋରକ ବୋଝେଇ ଗାଡିକୁ ନେଇ ଯାଇଥିଲେ । ଦେଶର ସୁରକ୍ଷା ଓ ସ୍ଥିରତାକୁ ଭଙ୍ଗ ପାଇଁ ଲୁଟିଥିଲେ ମାଓବାଦୀ ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଏନଆଇଏ ।

ସୂଚନାନୁଯାୟୀ, ମେ ୨୭ ତାରିଖରେ ସୁନ୍ଦରଗଡ଼ ଆଇଟିଏମ୍ଏ ବାରୁଦ ଗୋଡମରୁ ବାଙ୍କୋ ପଥର ଖଣିକୁ ଯିବା ରାସ୍ତାରେ ୧୦ରୁ ୧୫ ଜଣ ଶସସ୍ତ୍ର ମାଓବାଦୀ ଲୁଟ୍ କରିଥିଲେ । ପ୍ରାୟ ୪୦୦ କିଲୋର ବିସ୍ଫୋରକ ଲୁଟି ନେଇଥିଲେ । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ତଦନ୍ତ ଭାର ଦେଶର ଶ୍ରେଷ୍ଠ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାରେ ତଦନ୍ତ କରି ଏନଆଇଏ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଘଟଣାରେ ଅଧିକ ତଥ୍ୟ ପାଇଁ ଏନଆଇଏର ତଦନ୍ତ ଜାରି ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking