15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବିସ୍ଫୋରକ ଲୁଟ୍‌: ମୁଖ୍ୟ ଅଭିଯୁକ୍ତ ଗିରଫ

ବିସ୍ଫୋରକ ଲୁଟ୍‌: ମୁଖ୍ୟ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏସଆଇଟି ଟିମ । ସୂଚନା ଦେଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ମୁଖ୍ୟ ଅଭିଯୁକ୍ତ ଜଣକ ବାଙ୍କୋ ଅଞ୍ଚଳର ଜର୍ଜ ମୁଣ୍ଡା । ସୂଚନାନୁସାରେ, ରାଉରକେଲାରେ ମାଓବାଦୀମାନେ ୪ଟନ୍‍ ବିସ୍ଫୋରକ ସାମଗ୍ରୀ ଲୁଟ୍‍ ଘଟଣାରେ ଗୋଦାମ ମାଲିକଙ୍କୁ ଗିରଫ କରିଥିଲା ପୋଲିସ । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିଲା। ଶ୍ରବଣ ଅଗ୍ରୱାଲଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା ଏସ୍‌ଆଇଟି । ତେଲେଙ୍ଗାନାରୁ ଆସିଥିବା ବିସ୍ଫୋରକ ବୋଝେଇ ଗାଡ଼ି ଜବତ ହେବା ଏବଂ ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରଓ୍ବାଲଙ୍କ ନାଁରେ ଏହି ବିସ୍ଫୋରକ ଆସିଥିବା ଜାଣିବା ପରେ ନିକିତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଥିଲା ପୋଲିସ । ବର୍ତ୍ତମାନ ଗିରଫ ହେଲା ଖଣିରୁ ବିସ୍ଫୋରକ ଲୁଟର ମୁଖ୍ୟ ଅଭିଯୁକ୍ତ ଜର୍ଜ ମୁଣ୍ଡା ।

ଖବର ଅନୁଯାୟୀ , ମେ’ ୨୭ ତାରିଖରେ ମାଓବାଦୀଙ୍କ ଦ୍ବାରା ବାଙ୍କୋ ପଥର ଖଣିକୁ ଯାଉଥିବା ୨୦୦ ପ୍ୟାକେଟ୍‌ ବିସ୍ଫୋରକ ଲୁଟ୍‌ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମାମଲାକୁ ଗୁରୁତର ସହ ନେଇ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିଥିଲେ। ତାଙ୍କ ସହ ଆଇଜି(ଅପରେସନ) ଦୀପକ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ସ୍ୱତନ୍ତ୍ର ଗୁଇନ୍ଦା ଶାଖା ଅଧିକାରୀ ଓ ଝାଡ଼ଖଣ୍ଡ ପୁଲିସ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଡିଜିପି ଏନ୍‌ଆଇ୍ଏ ଟିମ୍‌ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ତଦନ୍ତ ପରବର୍ତ୍ତୀ ସମୟରେ ଏନ୍‌ଆଇଏ ଟିମ୍‌ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking