23.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶନାଇଜେରିଆରେ ବିସ୍ଫୋରଣ: ୫ ମୃତ, ୩୫ ଆହତ

ନାଇଜେରିଆରେ ବିସ୍ଫୋରଣ: ୫ ମୃତ, ୩୫ ଆହତ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର- ପୂର୍ବ ରାଜ୍ୟ ମୈଦୁଗୁରିର ଏକ ମସଜିଦରେ ବୁଧବାର ରାତିରେ ପ୍ରାର୍ଥନା କରିବା ବେଳେ ବୋମା ବିସ୍ଫୋରଣ ହେବାରୁ ପାଞ୍ଚ ଜଣଙ୍କ ଜୀବନ ଯାଇଛି । ୩୫ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ କହିଛି ଯେ ଏହା ଏକ ଆତ୍ମଘାତୀ ଆକ୍ରମଣ ହୋଇଥାଇପାରେ । କାରଣ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏକ ସନ୍ଦିଗ୍ଧ ଆତ୍ମଘାତୀ ଜ୍ୟାକେଟର ଖଣ୍ଡଗୁଡିକ ଉଦ୍ଧାର କରାଯାଇଛି । ଏଥିସହିତ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଘଟଣାର ସଠିକ କାରଣ ପାଇଁ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking