ଦାମାସ୍କସ୍: ସିରିୟାର ହୋମ୍ସ ସହରରେ ଏକ ମସଜିଦରେ ବିସ୍ଫୋରଣ ଘଟି ୮ ଜଣ ପ୍ରାଣ ହରାଇଛନ୍ତି। ଆହତ ୨୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହୋମ୍ସ ସହରସ୍ଥିତ ଅଲୀ ବିନ୍ ଆବି ତାଲିବ୍ ମସଜିଦରେ ଶୁକ୍ରବାର ନମାଜ ପାଠ କରାଯାଉଥିବାବେଳେ ଏଭଳି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି।
ବିସ୍ଫୋରଣରେ ମସଜିଦର ବିପୁଳ କ୍ଷତି ଘଟିଛି। ବିସ୍ଫୋରଣ ପରେ ମସଜିଦ ଭିତରେ କାର୍ପେଟ ଓ ଅନ୍ୟ ସାମଗ୍ରୀ ବିକ୍ଷିପ୍ତଭାବେ ପଡିଥିବା ଲକ୍ଷ୍ୟ କରାଯାଇଛି। ହୋମ୍ସ ସହରରେ ଅଧିକାଂଶ ସୁନ୍ନି ସଂପ୍ରଦାୟର ବ୍ୟକ୍ତି ବାସ କରୁଥିବାବେଳେ ଆଲାୱାଇତ୍ ସଂପ୍ରଦାୟର କିଛି ଲୋକ ମଧ୍ୟ ରହୁଛନ୍ତି। ୨୦୨୪ରେ ବିତାଡିତ ହୋଇଥିବା ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍-ଆସାଦ ଆଲାୱାଇତ୍ ସଂପ୍ରଦାୟର ଥିବାବେଳେ ତାଙ୍କ ସମର୍ଥକମାନେ ଏହି ବିସ୍ଫୋରଣ ଘଟାଇ ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।










