21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନୂତନ ବର୍ଷ ପାଳନ ବେଳେ ବାର୍‌ରେ ବିସ୍ଫୋରଣ

ନୂତନ ବର୍ଷ ପାଳନ ବେଳେ ବାର୍‌ରେ ବିସ୍ଫୋରଣ

ସ୍ୱିଜରଲ୍ୟାଣ୍ଡ: ନୂତନ ବର୍ଷ ପାଳନ ବେଳେ ବାର୍‌ରେ ବିସ୍ଫୋରଣ । ସ୍ୱିଜରଲ୍ୟାଣ୍ଡର ପ୍ରସିଦ୍ଧ ଲଗ୍‌ଜରୀ ଆଲପାଇନ୍ ସ୍କି ରିସର୍ଟ ସହର କ୍ରାନ୍ସ ମୋଣ୍ଟାନାରେ ଲେ କନଷ୍ଟେଲେସନ୍ ନାମକ ଏକ ବାର୍‌ରେ ନୂତନ ବର୍ଷ ପାଳନ ସମୟରେ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ବିସ୍ଫୋରଣ ସମୟରେ ବାରରେ ଶହେରୁ ଅଧିକ ଲୋକ ଥିଲେ। ସ୍ଥାନୀୟ ସମୟ ରାତି ପ୍ରାୟ ୧:୩୦ ସମୟରେ ଏହି ବିସ୍ଫୋରଣଟି ଘଟିଥିଲା । ବିସ୍ଫୋରଣ ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲେନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କରି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking