19.1 C
Bhubaneswar
Sunday, January 18, 2026
Homeଓଡିଶାବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ

ବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ

କଟକ: ବେଆଇନ୍ ବାଣ ଗୋଦାମରେ ବିସ୍ଫୋରଣ, ଜଣେ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ଅଞ୍ଚଳରେ। ବାଣ ଭିଡ଼ୁଥିବାବେଳେ ଏଭଳି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା ଯେ ଗୋଦାମର ଆଜବେଷ୍ଟସ ଛାତ ସଂପୂର୍ଣ୍ଣ ଉଡ଼ିଯାଇଛି। ଆଜବେଷ୍ଟସ ଓ ଇଟା ୩୦ଫୁଟ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଅଘଟଣରେ ବାଣ କାରିଗର ସୁରେଶ ଭୋଇ (୪୫)ଙ୍କ ମୁତ୍ୟୁ ଘଟିଛି। ଖଲର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ହାତୀଗଡ଼ାଠାରେ ବୈକୁଣ୍ଠ ସାମଲ(୫୦)ଦୀର୍ଘଦିନ ହେବ ବେଆଇନ ଭାବେ ବାଣଭିଡ଼ି ବାହାଘର, ବ୍ରତଘର, ଖେଳ, ସଭାସମିତ ଆଦିରେ ବାଣ ଯୋଗାଇ ଥାନ୍ତି। ତେବେ ଦୁର୍ଭାଗ୍ୟବଶତଃ ଆଜି ବାଣଭିଡୁଥିବାବେଳେ ବାରୁଦ ବିସ୍ପୋରଣ ଯୋଗୁଁ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ସୁରେଶଙ୍କ ମୃତ୍ୟ ହୋଇଥିଲା। ବାଣ ବିସ୍ପୋରଣର ପ୍ରଭାବ ଅତି ତୀବ୍ର ଥିଲା ଯାହାର ଶବ୍ଦ ୩ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା ।

ବିସ୍ଫୋରଣ ପ୍ରଭାବରେ ବୈକୁଣ୍ଠଙ୍କ ସମ୍ପୂର୍ଣ୍ଣ ବାଣଘରଟି ଛାରଖାର ହେବା ସହିତ ନିକଟରେ ଥିବା ଏକ ମଣ୍ଡପର କାଚ ଭାଙ୍ଗି ଯାଇଛି। କଟକ ସଦରଥାନା ଭାରପ୍ରାପ୍ତ ଅଧିକାରୀ ତୁଷାରକାନ୍ତ ସେଠୀଙ୍କ ସହିତ ପୁଲିସ ଟିମ୍ ପହଞ୍ôଚ ଥିଲା ବେଳେ ବାରଙ୍ଗ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଛି। ଏଥି ସହିତ ପୁଲିସ ସୁରେଶଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ଏହି ଖବର ପାଇ ଜୋନ-୪ ଏସିପି ଶଶିକାନ୍ତ ରାଉତ ଘଟଣା ସ୍ଥଳରେ ପହଞ୍ôଚ ପରସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ସୁରେଶ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରେଇଥିଲେ। ପରିବାର ପ୍ରତିପୋଷଣ ପାଇଁ ସେ ବୈକୁଣ୍ଠ ନିକଟରେ ଦୀର୍ଘଦିନ ହେବ ବାଣଭିଡ଼ି ସ୍ତ୍ରୀ ଓ ଦୁଇଝିଅଙ୍କୁ ଚଳାଇ ଆସୁୂଥିଲେ। ଅସହାୟ ହୋଇଥିବା ଦୁଇଝିଅଙ୍କୁ ସରକାରୀ ସହାୟତା ଯୋଗାଇବା ସହ ବୈକୁଣ୍ଠଙ୍କୁ ତୁରନ୍ତ ଗିରଫ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି। ଅଘଟଣ ପରେ ବୈକୁଣ୍ଠ ଫେରାର ହୋଇଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking