28.1 C
Bhubaneswar
Thursday, June 12, 2025
Homeଓଡିଶାବାଣ ଗୋଦାମରେ ବିସ୍ଫୋରଣ: ୨ ମୃତ

ବାଣ ଗୋଦାମରେ ବିସ୍ଫୋରଣ: ୨ ମୃତ

ଭଦ୍ରକ: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ୭ ଜଣ ଗୁରୁତରଙ୍କ ଅବସ୍ଥା ସଂକଟପୂର୍ଣ୍ଣ ଥିବା ସୂଚନା ମିଳିଛି । ଗୁରୁତର ମଧ୍ୟରେ ଅନେକ ମହିଳା ଏବଂ ନାବାଳିକ ଅଛନ୍ତି । ଭଦ୍ରକ-ଚାନ୍ଦବାଲି ରାସ୍ତା ହଳଦୀଡିହରେ ବିସ୍ଫୋରଣ ଘଟିଥିଲା । ବାଣ ବିସ୍ଫୋରଣ କେମିତି ହେଲା କାରଣ ଅସ୍ପଷ୍ଟ ରହିଛି । ଲକ୍ଷାଧିକ ଟଙ୍କାର ବାଣ ନଷ୍ଟ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କଟକ ବଡ ମେଡିକାଲରେ ଚିତିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking