ନୂଆଦିଲ୍ଲୀ: ପାକିସ୍ତାନର ଦକ୍ଷିଣ- ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି ରାଲିରେ ବଡ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ବାଲୁଚ ନେତା ସର୍ଦ୍ଦାର ଆତାଉଲ୍ଲାହଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀରେ କିଛି ସମୟ ପରେ ଶାହୱାନୀ ଷ୍ଟାଡିୟମ ନିକଟରେ ବିସ୍ଫୋରଣ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆକ୍ରମଣଟି ବିଏନପି ମୁଖ୍ୟ ଅଖତାର ମେଙ୍ଗାଲ ଏବଂ ତାଙ୍କ କାଫଲା ଉପରେ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ସବୁ ବିଫଳ ହୋଇଥିଲା । ସେ ଖସି ପଳାଇଥିଲେ । ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମୁତୟନ ହୋଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଥିଲା । କର୍ତ୍ତୃପକ୍ଷମାନେ ଘଟଣାର ତଦନ୍ତ ଆରମ୍ଭ କରୁଛି । ଆଇଇଡି ବିସ୍ଫୋରଣ ଦ୍ୱାରା ଏହା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।










