32.1 C
Bhubaneswar
Monday, July 1, 2024
Homeଦେଶ ବିଦେଶଗ୍ଲାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ଚାଲିଗଲା ୫ ଜଣଙ୍କ ଜୀବନ

ଗ୍ଲାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ଚାଲିଗଲା ୫ ଜଣଙ୍କ ଜୀବନ

ହାଇଦ୍ରାବାଦ: ଗ୍ଲାସ ଫ୍ୟାକ୍ଟ୍ରିରେ ଫାଟିଲା କମ୍ପ୍ରେସର । ବିସ୍ଫୋରଣରେ ଅକାଳରେ ଆଖି ବୁଜିଛନ୍ତି ୫ ଜଣ ଶ୍ରମିକ । ମୃତ ଶ୍ରମିକଙ୍କ ମଧ୍ୟରେ କିଛି ଓଡ଼ିଆ ଥିବା ଜଣାପଡ଼ିଛି । ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାର ଶାଦନଗର ସ୍ଥିତ ସାଉଥ ଗ୍ଲାସ ପ୍ରାଇଭେଟ ଲିମିଟେଡରେ ଏଭଳି ଭୟଙ୍କର ଅଘଟଣ ଘଟିଛି । ଏହାପରେ ଉକ୍ତ ଶିଳ୍ପାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମୃତକଙ୍କ ମଧ୍ୟରେ ଓଡ଼ିଆ ସମେତ ବିହାର ଓ ଉତ୍ତର ପ୍ରଦେଶରୁ ଶ୍ରମିକ ଥିବା ଜଣାପଡ଼ିଛି । ଅନ୍ୟପଟେ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।

ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଓଡ଼ିଶା, ବିହାର ଓ ଉତ୍ତର ପ୍ରଦେଶରୁ ଶ୍ରମିକ ଅଛନ୍ତି । ମୃତକମାନେ ହେଉଛନ୍ତି ଉତ୍ତର ପ୍ରଦେଶର ନିକିତ(୨୨), ରାମସେତୁ (୨୪) । ସେହିପରି ବିହାରରୁ ଚିତ୍ତରଞ୍ଜନ (୨୫) ଓ ରାମପ୍ରକାଶ (୪୫) ଓ ଓଡ଼ିଶାରୁ ୨୫ ବର୍ଷୀୟ ଯୁବକ ରତିକାନ୍ତ ବୋଲି ଜଣାପଡ଼ିଛି । ଆହତ ଶ୍ରମିକମାନେ ଗୁରୁତର ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ପ୍ରାଥମିକ ସୂଚନା ଅନୁସାରେ କମ୍ପ୍ରେସର ଫାଟିବା ଦ୍ବାରା ବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି । ମାତ୍ର ତଦନ୍ତ ପ୍ରକ୍ରିୟା ଆଗକୁ ବଢିଲେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ କହିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking