25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶରାସାୟନିକ କାରଖାନାରେ ବିସ୍ଫୋରଣ: ଜଣେ ଶ୍ରମିକ ମୃତ

ରାସାୟନିକ କାରଖାନାରେ ବିସ୍ଫୋରଣ: ଜଣେ ଶ୍ରମିକ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରରୁ ଏକ ବଡ ଅଘଟଣର ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଶ୍ରମିକ ଆହତ ହୋଇଛନ୍ତି। ଏନେଇ ଶୁକ୍ରବାର ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ଲିମ୍ବାନି ଲୁଣ ଶିଳ୍ପରେ ବିସ୍ଫୋରଣ ଘଟିଥିଲା। ପାଲଘର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା

ସେଲର ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି ଯେ ଧାତୁ ଏବଂ ଏସିଡ୍ ମିଶ୍ରଣ ହେଉଥିବା ସମୟରେ ବିସ୍ଫୋରଣ ଘଟିଥିଲା, ସେହି ସମୟରେ ଘଟଣାସ୍ଥଳରେ ପାଞ୍ଚ ଜଣ ଶ୍ରମିକ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ପୋଡ଼ି ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟ ଦୁଇ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କ ସମେତ ଜରୁରୀକାଳୀନ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଅଧିକାରୀମାନେ କହିଛନ୍ତି। ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଏକ ମାମଲା ପଞ୍ଜିକୃତ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking