25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୮ ମୃତ

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୮ ମୃତ

ନାଗପୁର : ମହାରାଷ୍ଟ୍ରର ଭଣ୍ଡାରା ଜିଲା ଅନ୍ତର୍ଗତ ଜୱାହର ନଗର ଅଞ୍ଚଳରେ ଥିବା ଗୋଳାବାରୁଦ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିବା କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାଗପୁରସ୍ଥିତ ପ୍ରତିରକ୍ଷା କାର‌୍ୟ୍ୟାଳୟର ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁସାରେ, ଅପରାହ୍ନ ସୁଦ୍ଧା ଉଦ୍ଧାର କାର‌୍ୟ୍ୟ ଜାରି ରହିଛି।

ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ବିସ୍ପୋରଣ ଘଟିଥିବା ଜିଲାପାଳ ସଞ୍ଜୟ କୋଲଟେ କହିଛନ୍ତି। ଘଟଣା ସମ୍ପର୍କରେ ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ପଠାଯାଇଥିଲା। ବିସ୍ଫୋରଣ ଯୋଗୁ ଏକ ଛାତ ଭୁଶୁଡ଼ି ପଡ଼ିଥିବାରୁ ତାହା ତଳେ ୧୩ରୁ ୧୪ ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଜେସିବି ସହାୟତାରେ ଭଗ୍ନାଂଶଗୁଡ଼ିକୁ ବାହାର କରାଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କାରାଯାଉଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦୁଃଖପ୍ରକାଶ କରିବା ସହିତ ଆହତମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking