ଭୁବନେଶ୍ୱର: ପାର୍ଟ ପ୍ଲଟ ବିକ୍ରି ସମାଧାନ ନେଇ ଦୁଇ ପାଦ ଆଗକୁ ଗଲେ ସରକାର । ୫ ହଜାର ବର୍ଗ ଫୁଟ ପ୍ଲଟ ବିକ୍ରି ପାଇଁ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ନଗର ଉନ୍ନୟନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବାଧକ ଆଇନରେ ସଂଶୋଧନ ପାଇଁ ଡ୍ରାଫ୍ଟ ପ୍ରପୋଜାଲ ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୫ ହଜାର ବର୍ଗ ଫୁଟ ଯାଏଁ ବିକ୍ରିରେ ବାଧକ ଶେଷ ହେବାକୁ ଯାଉଛି କହିଲେ । ବିଗତ ସମୟରେ ହୋଇଥିବା ରେଜିଷ୍ଟ୍ରେସନର ଯାଞ୍ଚ କରିବେ ସରକାର ।