28.3 C
Bhubaneswar
Saturday, May 17, 2025
Homeଓଡିଶାବିଦେଶୀ ପକ୍ଷୀ ନିରୀକ୍ଷଣ ଓ ଆର୍ଦ୍ର ଭୂମି ସଚେତନତା କାର୍ଯ୍ୟକ୍ରମ

ବିଦେଶୀ ପକ୍ଷୀ ନିରୀକ୍ଷଣ ଓ ଆର୍ଦ୍ର ଭୂମି ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ଜିଲ୍ଲା ର ବ୍ଯାସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ଦ୍ବାରା ଭିକୀପୁର ଓ ରାଛିପୁର ଅଞ୍ଚଳରେ ଏକ ବିଦେଶୀ ପକ୍ଷୀ ନିରୀକ୍ଷଣ ଓ ଆର୍ଦ୍ରଭୂମି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ୧ ଓଡ଼ିଶା ବାଟାଲିୟନ ଏନ୍ ସି ସି ର ୩୫ , ୭ଓଡିଶା ବାଟାଲିୟନ ର ୨୫ ଓ ୧ ଓଡିଶା ବାଳିକା ବାଟାଲିୟନ ର ୪୦ ଜଣ କ୍ୟାଡେଟ ସାମିଲ୍ ହୋଇ ପ୍ରଶିକ୍ଷଣ ନେଇଥିଲେ। ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମ ସକାଳ ୭.୩୦ ରେ ଆରମ୍ଭ ହୋଇ ଦିନ ୩.୩୦ ମିନିଟ୍ ରେ ଶେଷ ହୋଇଥିଲା । କ୍ୟାଡେଟ ମାନେ ନୂଆ ବିଦେଶୀ ପକ୍ଷୀ ମାନଙ୍କୁ ଦେଖି ଉଲ୍ଲସିତ ହୋଇଥିଲେ । ବ୍ଯାସନଗରର ଠାରୁ ମାତ୍ର ୫ କିଲୋମିଟର ଦୂର ରେ ଏପରି ଏକ ପକ୍ଷୀ ବିହାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କିଡି କିଡ୍ସ ସ୍କୁଲ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଂଜନ ମହାନ୍ତି କ୍ୟାଡେଟ ମାନଙ୍କୁ ସମସ୍ତ ପକ୍ଷୀ ମାନଙ୍କ ବିଷୟରେ ଟିକିନିଖି ବିବରଣୀ ଦେଇଥିଲେ । ତାଙ୍କର ଏପରି ପ୍ରଶିକ୍ଷଣ କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ଭୂୟସୀ ପ୍ରଶଂସା କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସିଟିଓ ଡଃ ଶଶିକାନ୍ତ ଲେଙ୍କା ଓ ସିଟି ଓ ଶୁଶ୍ରୀ ଲିପ୍ସା ପ୍ରିୟଦର୍ଶିନୀ ନାୟକ ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking