27.1 C
Bhubaneswar
Sunday, March 30, 2025
Homeଓଡିଶାକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟେଯାଶୀ ଗିରଫ

କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟେଯାଶୀ ଗିରଫ

ଖୋର୍ଦ୍ଧା : କାର୍ଯ୍ୟନିର୍ବାହୀ ଅଧିକାରୀ  ସୂଯ୍ୟମଣି ପାଟ୍ଟେଯାଶୀଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଛି । ଭୁବନେଶ୍ୱରରେ ୪ ଫ୍ଲଟ, ବ୍ରହ୍ମପୁରରେ ୨ ବିଲ୍ଡିଂ ଠାବ ହୋଇଛି । ବ୍ରହ୍ମପୁରରେ ୧୧ ପ୍ଲଟ, ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ ଗତକାଲି ସରକାରୀ ବାବୁ ଙ୍କ ଘରୁ ଭିଜିଲାନ୍ସ ଟିମ୍ ଚଢଉ କରିଥିବା ସମୟରେ ଘରୁ ପୁଳା ପୁଳା ଟଙ୍କା ମିଳିଥିଲା । ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢଉ ଜାରି ରହିଥିବା ସୂଚନା ମିଳିଛି । କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢଉ ଜାରି ରହିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢଉ ଚାଲିଛି।  ଗତ ୩ବର୍ଷ ମଧ୍ୟରେ ମାତ୍ରାଧିକ ଆୟ କରିଥିବା ସୂର୍ଯ୍ୟଙ୍କ ନାମରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଚଢଉ କରିଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking