32.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଷ୍ଟକ୍ ବଜାରରେ ଉତ୍ସାହ: ସେନସେକ୍ସ, ଖୋଲିବାର ଅଧ ଘଣ୍ଟା ପରେ ୨୨୮୭ପଏଣ୍ଟ ବୃଦ୍ଧି

ଷ୍ଟକ୍ ବଜାରରେ ଉତ୍ସାହ: ସେନସେକ୍ସ, ଖୋଲିବାର ଅଧ ଘଣ୍ଟା ପରେ ୨୨୮୭ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ଷ୍ଟକ୍ ବଜାରକୁ ଫେରିଲା ଉତ୍ସାହ। ଶୁକ୍ରବାର ଷ୍ଟକ୍ କାରବାର ବନ୍ଦ ହେବା ବେଳକୁ ସେନସେକ୍ସ ହ୍ରାସ ପାଇଥିବା ବେଳେ ଆଜି ମାର୍କେଟ ଖୋଲିବା ପରେ ସେନସେକ୍ସ ଉପରମୁହାଁ ହୋଇଥିବା ଦେଖାଯାଇଛି। ଭାରତ-ପାକ୍ ଯୁଦ୍ଧବିରତିର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ଦେଖିବାକୁ ମିଳିଥିବା ବେଳେ ସେନସେକ୍ସ ଖୋଲିବା ମାତ୍ରେ ୮୧,୦୦୦ ଉପରେ କାରବାର କରୁଥିବା ଦେଖାଯାଇଥିଲା। ଶୁକ୍ରବାର ଦିନ ଏକ ବଡ଼ ହ୍ରାସ ଦେଖିଥିବା ସେନସେକ୍ସ ଏବଂ ନିଫ୍ଟିରେ ସୋମବାର ଏକ ବଡ଼ ବୃଦ୍ଧି ଘଟିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସୂଚକାଙ୍କ, ସେନସେକ୍ସ, ଖୋଲିବାର ଅଧ ଘଣ୍ଟା ପରେ ୨୨୮୭ପଏଣ୍ଟ ବୃଦ୍ଧି ସହିତ କାରବାର ଆରମ୍ଭ କରିଥିଲା। ଏହା ସହ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୬୯୧ପଏଣ୍ଟ ବୃଦ୍ଧି ପାଇଛି।

ସୋମବାର ଦିନ ଷ୍ଟକ୍ ବଜାରରେ ଅଭିବୃଦ୍ଧି ଘଟିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏସୀୟ ବଜାରରେ ବୃଦ୍ଧି ପରେ, ବିଏସଇ ସେନସେକ୍ସ ୮୦,୮୦୩.୮୦ରେ କାରବାର ଆରମ୍ଭ କରିଥିଲା, ଯାହା ଶୁକ୍ରବାର ବନ୍ଦ ହୋଇଥିବା ପଏଣ୍ଟଠାରୁ ୧୫୦୦ପଏଣ୍ଟ ଅଧିକ ଥିଲା। କିଛି ମିନିଟ୍ ମଧ୍ୟରେ ଏହା ୧୯୨୬ ପଏଣ୍ଟ ବୃଦ୍ଧି ପାଇ ୮୧,୩୮୦ରେ ପହଞ୍ଚିଥିଲା। ସେନସେକ୍ସ ସହିତ, ଏନଏସଇ ନିଫ୍ଟି ମଧ୍ୟ ୨୪,୪୨୦ରେ ଖୋଲିଥିଲା, ଯାହା କିଛି ସମୟ ମଧ୍ୟରେ ୫୮୨.୭୫ ପଏଣ୍ଟ ବୃଦ୍ଧି ସହିତ ୨୪,୫୯୩.୭୫ରେ ପହଞ୍ଚିବା ସହ ଅଧ ଘଣ୍ଟା ମଧ୍ୟରେ ୬୯୧.୮୫ ପଏଣ୍ଟ କିମ୍ବା ୨.୮୮% ବୃଦ୍ଧି ପାଇ ୨୪,୬୯୯.୮୫ ପଏଣ୍ଟରେ ପହଞ୍ଚିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking