ଯାଜପୁର: ଯାଜପୁର ଜିଲ୍ଲାରେ ଚୋରା ନିଶା ଦ୍ରବ ଯଥା ଦେଶୀ ମଦ ବ୍ରାଉନ ସୁଗାର ଗଞ୍ଜେଇ ପ୍ରଭୁତି ଚୋରା ବେପାରୀମାନଙ୍କ ଭୁସ୍ୱର୍ଗ ପାଲିଟିଛି ଅବକାରୀ ବିଭାଗର ମୁଣ୍ଡ ବ୍ୟଥାl ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ରୋକିବାରେ ବିଫଳ ହେଉଛନ୍ତି ଯେତେ ଚଢ଼ାଉ କରି ଚୋରା ବେପାରୀ ମାନଂକୁ ଧରି ଗିରଫ କରୁ ଥିଲେ ସେମାନଙ୍କ ବେପାର ଛାଡୁ ନାହାନ୍ତି ମଦୁଆ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ମଦ ପିଇ ପରିବାର ଅନନ୍ୟା ଲୋକ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ମଦ ପିଇ ନିଜ ସ୍ତ୍ରୀ ବାପ ମା ଙ୍କୁ ମାଡ ମାରି ହତ୍ୟା କାଣ୍ଡ ଘଟାଉ ଛନ୍ତି ଆଜି ଅବକାରୀ ବିଭାଗ ପକ୍ଷରୁ ଛଡାଉ କରାଯାଇଛି l ସୁକିନ୍ଦା ବ୍ଲକର ମଙ୍ଗରାଜପୁର ଗ୍ରାମ ନଦୀ ପଠାରେ ରନ୍ଧା ହେଉଥିଲା ଦେଶିମଦ l ପ୍ରତ୍ୟେକ ଦିନ ସହ ସହ ଲିଟର ତିଆରି ହେଉଥିଲା ଚୋରାମଦ l ମଙ୍ଗରାଜପୁର ଗ୍ରାମ ନଦୀ ପଠାକୁ ସୁରକ୍ଷିତ ଭାବୁଥିଲେ ମଦମାଫିଆ l ନଦୀଶଯ୍ୟା ବାଲିରେ ଦେଶିମଦ ପୋତି ରଖୁଥିଲେ l ହେଲେ ଆକ୍ସନ ମୁଡରେ ଅବକାରୀ ବିଭାଗ l
ଖବର ଅନୁଯାଇ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ ପାଖ ନଦୀପଠା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ l ମୋବାଇଲ ସ୍କୱାର୍ଡ ଟିମ,ଯାଜପୁର ରୋଡ଼ ରେଞ୍ଜ ଇନିସ୍ପେକ୍ଟର, ଡୋଲୀପୁର ଅବକାରୀ ବିଭାଗ,ସୁକିନ୍ଦା ଅବକାରୀ ବିଭାଗ ର ମିଳିତ ଭାବରେ ଯାଇ ଚଢ଼ାଉ କରିଥିଲା l ଚଷଢ଼ାଉ ରେ ପାଖ ପାଖି ଦଶ ହଜାର ଲିଟର ର ମଦ ତିଆରିରେ ବ୍ୟବହାର କରାଯାଇଥିବା ପୋଚକୁ ନଷ୍ଟ କରାଯାଇଥିଲା l ସାତ ଲିଟର ଦେଶୀ ମଦ ଜବତ କରିଥିଲେ l ମଦ ତିଆରି ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ନଷ୍ଟ କରାଯାଇଛି l ଘଟଣା ସ୍ଥଳରୁ ମଦ ତିଆରି ମାଫିଆ ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି l










