ଭୁବନେଶ୍ୱର: ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୨ତମ ଦିନରେ ୨୮୦ଟି ମାମଲା ରୁଜୁ ହେବା ସହ ୧.୪୩ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ ହୋଇଛି ।ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନରେ ବେଆଇନ କାରବାରରେ ସମ୍ପୃକ୍ତ ୩୫ ଜଣଙ୍କୁ ଗିରଫ କରାଯାଇଛି। ଯେଉଁ ଥିରେ NDPS ଆଇନ ଅଧୀନରେ ୩ଟି ମାମଲା ରୁଜୁ ହୋଇଛି । ମାମଲାରେ ଜଡିତ ୪ଟି ଗାଡ଼ି ମଧ୍ୟ ଜବତ କରାଯାଇଛି।ଜବତ ସାମଗ୍ରୀ ମଧ୍ୟରେ ୧୫,୮୭୯ ଲିଟର ବେଆଇନ ଭାବେ ତିଆରି ହୋଇଥିବା ମଦ ଏବଂ ୭୫୮ ଲିଟର duty-paid liquor ରହିଛି। ସେହିପରି ୧,୪୦,୦୫୦ ଲିଟର ମହୁଲ ପୋଚ, ୨୬,୬୦୦ କିଲୋଗ୍ରାମ ଗୁଡ଼ ପୋଚ ଏବଂ ୮ କିଲୋଗ୍ରାମ ଭାଙ୍ଗ ରହିଛି । ବେଆଇନ ନିଶା ଦ୍ରବ୍ୟ ମଧ୍ୟରେ ୬୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।










