21.1 C
Bhubaneswar
Thursday, February 5, 2026
Homeଓଡିଶାଅବକାରୀ ବିଭାଗ ପକ୍ଷରୁ ବେଆଇନ ସାମଗ୍ରୀ ଉପରେ ଚଢାଉ

ଅବକାରୀ ବିଭାଗ ପକ୍ଷରୁ ବେଆଇନ ସାମଗ୍ରୀ ଉପରେ ଚଢାଉ

ମୟୂରଭଞ୍ଜ: ଆଗକୁ ଆସୁଛି ପାର୍ବଣଋତୁ । ଏହି ସମୟରେ ନିଶା ହିଁ ଦିଶା ହରାଇବାର ମୁଖ୍ୟ କାରଣ ସାଜିଥାଏ। ତା ପୂର୍ବରୁ ସକ୍ରିୟ ହୋଇଛି ଅବକାରୀ ବିଭାଗ। ଆଉ ଶାନ୍ତି, ଶୃଙ୍ଖଳା ପରିସ୍ଥିତି ବଜାଇ ରଖିବା ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ପକ୍ଷରୁ ଭାଲକଚୁଆ ଗ୍ରାମରେ ଅଚାନକ ଚଢାଉ କରି ବ୍ୟାପକ ପରିମାଣର ଦେଶୀମଦ ଓ ପୋଚ ଜବତ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ ମୋରଡା ଅବକାରୀ ବିଭାଗର କର୍ମଚାରୀ ଏବଂ ବାରିପଦା ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଭାଲକଚୁଆ ଗ୍ରାମରେ ବେଆଇନ ଭାବେ ଦେଶୀମଦ ତିଆରି ହେଉଥିବା ଖବରପାଇ ଚଢ଼ାଉ କରାଯାଇଥିଲା। ଭାଲକଚୁଆ ଗ୍ରାମର ତଳସାହି ରୁ ୬୮୦ ଲିଟର ଦେଶୀମଦ ଜବତ କରାଯିବା ସହ ୭୮୦୦ ଲିଟର ପୋଚ ଜବତ କରାଯାଇଛି। ସେହିପରି ଭାଲକଚୁଆ ଗ୍ରାମର ଉପରସାହି ରୁ ୨୨୦ ଲିଟର ଦେଶୀମଦ ଜବତ କରାଯାଇଥିବା ବେଳେ ୨୫୦୦ ଲିଟର ପୋଚ ଜବତ କରାଯାଇଛି। ପରେ ସମସ୍ତ ମଦ ଓ ପୋଚକୁ ନଷ୍ଟ କରାଯାଇଥିଲା। ମୋଟ ଉପରେ ୧୦,୩୦୦ ଲିଟର ପୋଚ ଓ ୯୦୦ ଲିଟର ଦେଶୀମଦକୁ ନଷ୍ଟ କରାଯାଇ ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି। ଯାହାକୁନେଇ ୧୦୮, ୧୦୯ ଓ ୬୮ରେ ମାମଲା ରୁଜୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking