21.1 C
Bhubaneswar
Saturday, December 20, 2025
Homeଓଡିଶାବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଦେବପ୍ରସାଦ ଦାଶଙ୍କୁ ହଟାଇ ବରିଷ୍ଠ ଓଏଏସ୍ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ଦାଶଙ୍କୁ ଗତ ଏପ୍ରିଲ ୨୨ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା । ମାତ୍ର ମାସେ ନପୁରୁଣୁ ସରକାର ତାଙ୍କୁ ହଟାଇ ଜଣେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଛନ୍ତି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପିଏମ୍ ପୋଷଣ(ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ)ର ରାଜ୍ୟ ନୋଡାଲ ଅଫିସର ଭାବେ କାର୍ଯ୍ୟରତ ଓଏଏସ୍ ଅନୁଜ କୁମାର ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଓଏଏସ୍ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ବଦଳି ହୋଇଛି।

ଓୟୁଏଟିର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ ଲୋପାମୁଦ୍ରା ମହାନ୍ତିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଖଲ୍ଲିକୋଟ ମହାବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଶାନ୍ତିସୁଧା ପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ, ମାନେଶ୍ୱରର ପୂର୍ବତନ ତହସିଲଦାର ଜ୍ୟେସ୍ନାରାଣୀ ସାହୁଙ୍କୁ ସୁନ୍ଦରଗଡ଼ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଙ୍କୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଧିକାରୀ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ଉପସଚିବ ଏଲିଜା ମିଶ୍ରଙ୍କୁ କଟକ ଶିଶୁଭବନର ପ୍ରଶାସନିକ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଟାଙ୍ଗୀର ପୂର୍ବତନ ତହସିଲଦାର ଓଏଏସ୍ ମିତାଲି ପାତ୍ରଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅଫିସର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓଏଏସ୍ ଅଜୟ କୁମାର ପ୍ରଧାନଙ୍କ ବଦଳି ବାତିଲ କରି ତାଙ୍କୁ ସେଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅନ୍ୟଏକ ନିର୍ଦ୍ଦେଶକ୍ରମେ ବୌଦ୍ଧ ବିଡିଓ ଓଏଏସ୍ ଯୁଧିଷ୍ଠିର ମେହେରଙ୍କୁ ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ପ୍ରତିଷ୍ଠାନର ରେଜିଷ୍ଟ୍ରାର ଭାବେ ବଦଳି ହୋଇଛି । ଓଡ଼ିଶା ରିଏଲଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣ(ରେରା)ର ସଚିବ ତଥା ବରିଷ୍ଠ ଓଏଏସ୍ ଶ୍ରାବଣୀ ପଟ୍ଟନାୟକଙ୍କୁ ରାଜ୍ୟ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଏବଂ ସେଠାରେ ଥିବା ବରିଷ୍ଠ ଓଏଏସ୍ ମାନସୀ ମାନ୍ଧତାଙ୍କୁ ରେରା ସଚିବ ଭାବେ ବଦଳି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking